Uncategorized

ବସ ଦୁର୍ଘଟଣାଗ୍ରସ୍ତ: ୨୭ ଯାତ୍ରୀଙ୍କ ସଲିଳ ମୃତ୍ୟୁ

ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ପ୍ରଦେଶ ଅନ୍ତର୍ଗତ ଉପାନ୍ତ ପଗାର ଆଲମ ଅଞ୍ଚଳରେ ଏକ ବସ ୫୦୦ ଫୁଟ ତଳେ ପ୍ରବାହିତ ନଦୀକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ ୧୨୦ ଜଣ ଉଦ୍ଧାରକାରୀ କର୍ମଚାରୀ ଉଦ୍ଧାର କାର୍ଯ୍ୟ କରିଥିଲେ ।

ସୂଚନା ମୁତାବକ, ମଙ୍ଗଳବାର ଦିନ ଏକ ଯାତ୍ରୀବାହୀ ବସ ୫୦ ଜଣଙ୍କୁ ନେଇ ବେଙ୍ଗାଲୁରରୁ ପାଲେମ୍ବାଙ୍ଗ ଯାଉଥିଲା । ରାସ୍ତାରେ ଥିବା କଂକ୍ରିଟରେ ପିଟି ହୋଇ ରାସ୍ତା ତଳକୁ ଖସି ପଡିଥିଲା । ବସଟି ସିଧା ୫୦୦ ଫୁଟ ତଳକୁ ନଦୀରେ ଯାଇ ପଡିଥିଲ।। । ଖବର ପାଇ ଉଦ୍ଧାରକାରୀ ଦଳ ସେଠାରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଏହି ଦୁର୍ଘଟଣାରେ ୨୭ ଜଣଙ୍କ ୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ଆହତ ଅଛନ୍ତି । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ନିଖୋଜ ମାନଙ୍କୁ ଖୋଜା ଚାଲିଛି ।

Related posts

ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଗରମ ମସଲା

mahabharatanews

ଗଡକରିଙ୍କ ବଡ ନିଷ୍ପତ୍ତି: ପ୍ରବାସୀ ଶ୍ରମିକଙ୍କୁ ଜାତୀୟ ରାଜପଥ ନିର୍ମାଣରେ ନିୟୋଜିତ କରାଯାଇ ପାରେ

mahabharatanews

ଦିଲ୍ଲୀରେ ୭ କୋରୋନା ସଂକ୍ରମିତ ଚିହ୍ନଟ

mahabharatanews