ଓଡିଶା

ଯାତ୍ରୀବାହୀ ବସ ଓଲଟି ୨୦ ଆହତ, ୩ ଗୁରୁତର

(ମହାଭାରତ, ବାରିପଦା): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଭୋଗିଆ ଛକ ନିକଟରେ ଏକ ଅଘଟଣ ଘଟିଛି । ଏଠାରେ ଥିବା ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଭୋର ସମୟରେ ଏକ ଯାତ୍ରୀବାହି ବସ ଓଲଟି ପଡିଛି । ଫଳରେ ୨୦ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ଶନିବାର ରାତିରେ ‘ଅଳଙ୍କାର’ ନାମକ ଏକ ଯାତ୍ରୀବାହୀ ବସ୍ ବାରିପଦାରୁ ଭୂବନେଶ୍ୱର ଅଭିମୁଖେ ଯାଉଥିଲା । ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ବସ୍ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭଗିଆ ଛଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଖବର ପାଇ, ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା । ତେବେ ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନେଙ୍କୁ କଟକ ବଡ ମେଡିକାଲ ପଠାଯାଇଛି । ଅନ୍ୟ କିଛି ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଭର୍ତ୍ତି କରାଯାଇଛି । ତେବେ ବସ୍ ଓଲଟି ପଡିବା ପରେ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ବାଲି ବୋଝେଇ ଟ୍ରକ ଧକ୍କାରେ ମହିଳା ମୃତ

mahabharatanews

ସ୍ୱାଦ ପକ୍ଷରୁ ହାତଧୁଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

mahabharatanews

୨୪ ଘଣ୍ଟାରେ ଘନ କୁହୁଡ଼ି ସମ୍ଭାବନା

mahabharatanews