ଓଡିଶା

ଯୁବତୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

(ମହାଭାରତ, ଉଦଳା): ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ଯୁବତୀଙ୍କୁ ରବିବାର ସଂନ୍ଧ୍ୟାରେ ଏକ ବାଇକ୍ ଧକ୍କା ଦେଇଥିଲା । ଏଥିରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଏହାସହ ୨ ବାଇକ୍ ଆରୋହୀ ଦୂର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ତେବେ ଏଠାରେ ଉକ୍ତ ଯୁବତୀଙ୍କ ମୃତ୍ୟୁୁକୁ ନେଇ ଉତ୍ତେଜନା ଦେଖାଯାଇଥିଲା । ସ୍ଥିତି ଏପରି ହୋଇଥିଲା ଯେ, ଉତ୍ତ୍ୟକ୍ତ ଲୋକେ ଯୁବତୀଙ୍କ ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସଟିକୁ ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ ନାଗପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଏହି ଗାଁର ଦୋଳମଣି ପୁହାଣଙ୍କ ଝିଅ ଶ୍ରୀଦେବ ଶୁଭଦର୍ଶନି ବାହାରେ ପାଠ ପଢୁଥିଲେ । ହୋଲି ଛୁଟିରେ ସେ ଘରକୁ ଆସିଥିଲେ । ରବିବାର ସନ୍ଧ୍ୟାରେ ସାଇକେଲ ଧରି ବୁଲି ବାହାରିଥିଲେ । ଉଦଳା-ବାରିପଦା ରାସ୍ତାର ମଧୁପୁର ଛକ ଠାରେ ଏକ ବାଇକ୍ ସାମ୍ନାରୁ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ବାଇକରେ ଥିବା ଦୁଇ ଜଣ ମଧ୍ୟ ଦୂର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଯୁବତୀଙ୍କ ମୃତ୍ୟୁ ଘଟଣା ଜଣା ପଡିବା ପରେ ଡାକ୍ତରଖାନା ପରିସରରେ ରବିବାର ଉତ୍ତେଜନା ଦେଖିବାକୁ ମିଳିଥିଲା । ତେବେ ଗୁରୁତର ଦୁଇ ଯୁବକଙ୍କୁ ବାରିପଦା ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଅଟକ ରଖିଥିଲେ । ପାଖାପାଖି ୪ ଘଣ୍ଟା ଧରି ଆମ୍ବୁଲାନ୍ସକୁ ଲୋକେ ଅଟକ ରଖିବା ସହ ଦୂର୍ଘଟଣା ଘଟାଇଥିବା ବାଇକ୍କୁ ଜବତ କରିବା ଦାବିରେ ଅଟଳ ରହିଥିଲେ । ପରେ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ରବିବାର ରାତି ପ୍ରାୟ ୧୧ଟା ସମୟରେ ପୋଲିସ ବାଇକକୁ ଜବତ କରିବା ସହ ବିଧିବଦ୍ଧ ତଦନ୍ତ କରିବାର ପ୍ରତିଶୃତି ଦେବା ପରେ ଉତ୍ତ୍ୟକ୍ତ ଲୋକେ ଅଟକ ରଖିଥିବା ଆମ୍ବୁଲାନ୍ସକୁ ଛାଡିଥିଲେ ।

Related posts

ଓଜେଇଇ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ପରୀକ୍ଷା

mahabharatanews

ଗତ ୨୪ ଘଣ୍ଟାରେ ୯୬,୪୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୭୪ ମୃତ

mahabharatanews

ଆଉ ଭିକ ମାଗି ପାରିବେନି ରାଜଧାନୀ ଭିକାରୀ

mahabharatanews