ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଯୌନ ଉତ୍ପୀଡନରୁ ଶିଶୁଙ୍କୁ ରକ୍ଷା କରିବାକୁ ପକ୍ସୋ ଅଧିନିୟମ ଅନ୍ତର୍ଗତ ଏକ ମାମଲାରେ ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି ସୁପ୍ରିମ କୋର୍ଟ । ସ୍କିନ ଟୁ ସ୍କିନ ଟନ ସମ୍ବନ୍ଧିତ ବିବାଦିତ ରାୟକୁ ଗୁରୁବାର ଖାରଜ ହୋଇଛି । କୋର୍ଟ ଆଜି କହିଛନ୍ତି, ଯୌନ ଆକ୍ରମଣର ସବୁଠ।।ରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯୌନ ମାନ ସିକତା, ଏଥିରେ ଶିଶୁଙ୍କ ସ୍କିନ ଟୁ ସ୍କିନ ଟଚର କୌଣସି ସମ୍ପର୍କ ନାହିଁ ।
ଚଳିତ ବର୍ଷ ଜାନୁଆରୀରେ ବମ୍ବେ ହ।।ଇକୋର୍ଟ ତାଙ୍କ ରାୟରେ କହିଥିଲେ, ଯଦି ଅଭିଯୁକ୍ତ ଓ ପୀଡିତ।। ମଧ୍ୟରେ ସ୍କିନ ଟୁ ସ୍କିନ ଟଚର ସିଧା ସମ୍ପର୍କ ହୋଇନାହିଁ ତେବେ ପକ୍ସୋ କାନୁନ ଅନ୍ତର୍ଗତ ଯୌନ ଉତ୍ପୀଡନର କୌଣସି ଅପରାଧ ଶ୍ରେଣୀରେ ଆସିବ ନ।।ହିଁ । ତେବେ ଆଜି ମାମଲାର ଶୁଣାଣି କରି ଜଷ୍ଟିସ ୟୁ ୟୁ ଲଲିତ, ଜଷ୍ଟିସ ରବୀନ୍ଦ୍ର ଭଟ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ତିନି ଜଣିଆ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ ଖାରଜ କରି ଦେଇଛନ୍ତି । ଏଥିସହ ଖଣ୍ଡପୀଠ କହିଛନ୍ତି, ଶରୀର ଯୌନାଙ୍ଗକୁ ଛୁଇଁବା ବା ଯୌନ ଆକାଂକ୍ଷା ନେଇ ଶାରୀରିକ ସମ୍ପର୍କର କୌଣସି ବି ଅନ୍ୟ କାର୍ଯ୍ୟ ପକ୍ସୋ ଆଇନର ଧାରା ସାତ ଆନ୍ତର୍ଗତ ଯୌନ ଉତ୍ପୀଡନ ହେବ ।