ଓଡିଶା

ରାଇରଙ୍ଗପୁର ପୋଲିସର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

(ମହାଭାରତ, ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ରବିବାର ଠାରୁ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଛି । ଏହି ଅବସରରେ ରାଇରଙ୍ଗପୁର ଆଦର୍ଶ ଥାନା ପକ୍ଷରୁ ସଡକ ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ରାଇରଙ୍ଗପୁର ଥାନାଧିକାରିଣୀ ରେଣୁବାଳା ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରାଇରଙ୍ଗପୁର ସହରର ମୁଖ୍ୟ ରାସ୍ତାରେ ହେଲମେଟ ପିନ୍ଧି ଦୁଇ ଚକିଆ ଯାନ ଚଳାଉଥିବା ବ୍ୟକ୍ତିଙ୍କୁ ଗୋଲାପ ଫୁଲ ବଣ୍ଟନ କରାଯାଇଥିଲା । ବିନା ହେଲମେଟରେ ଯାତ୍ରା କରୁଥିବା ଗାଡି ଚାଳକ ମାନଙ୍କୁ ପୋଲିସ ସତର୍କତା ଅବଲମ୍ବନ କରିବା ପାଇଁ ସଚେତନ କରାଇଥିଲେ । ଓଡ଼ିଶାରେ ନୂତନ ମୋଟର ଯାନ ଆଇନ ଖୁବ ଶୀଘ୍ର ଲାଗୁ ହେବା ନେଇ ଜନସାଧାରଣଙ୍କୁ ପୋଲିସ ସଚେତନ କରିଥିଲା । ଏହି କାର୍ଯ୍ୟକ୍ରମରେ ଥାନା କର୍ମଚାରୀମାନେ ସହଯୋଗ କରିଥିଲେ ।

Related posts

ପାଟଣାଗଡ ଏସଡିପିଓ ଥାନା ଘେରାଉ କଲା ବିଜେପି

mahabharatanews

ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

mahabharatanews

ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା

mahabharatanews