ଓଡିଶାପର୍ବ ପର୍ବାଣି

ରାଜାରାଜୁଡା ଅମଳର ମା ଭୈରବୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ

ମା ଭୈରବୀଙ୍କ ମନ୍ଦିରର ରତ୍ନମୁଦ ଅବସରରେ ବୌଦ୍ଧ ଜିଲ୍ଲା ତିଲେଶ୍ଵର ପଞ୍ଚାୟତ ତାକୁଡ଼ ଗାଁରେ ଭବ୍ୟ  କଳସ ଶୋଭାଯାତ୍ରା ସହ ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳୁ ଗାଁର ଶତାଧିକ ମହିଳାମାନେ ନୂଆ ପାରମ୍ପରିକ ପୋଷାକ ପିନ୍ଧି, ମୁଣ୍ଡରେ ମାଟି କଳସ ନେଇ ଭକ୍ତିଭାବ ସହ ଶୋଭାଯାତ୍ରାରେ ସାମିଲ ହୋଇଥଲେ । ନାମ ସଂକୀର୍ତ୍ତନ ଶଙ୍ଖଧ୍ୱନିରେ ସମଗ୍ର ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଥିଲା । ମନ୍ଦିର କମିଟି ଓ ବିଭିନ୍ନ ମୌଜାର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପୂଜକ ଉମେଶ ଯୋଶୀଙ୍କ ନେତୃତ୍ୱରେ ପୂଜାର୍ଚ୍ଚନା ହୋଇଥିଲା । ମାଁଙ୍କ ମନ୍ଦିର ରୀତିନୀତି ପୂଜାର୍ଚ୍ଚନା ପରେ ରତ୍ନମୁଦ ସ୍ଥାପନ କରାଯାଇଥିଲା ଏବଂ ଅଞ୍ଚଳର ହଜାର ହଜାର ଲୋକଙ୍କ ଜନସମାଗମ ଦେଖିବାକୁ ମିଳିଥିଲା ।

Related posts

ଭିମସାର ଆଇସୋଲେସନରେ ମହାରାଷ୍ଟ୍ର ଫେରନ୍ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

mahabharatanews

ଶିକ୍ଷକ ବଦଳି ପାଇଁ ଅନଲାଇନରେ କରିପାରିବେ ଆବେଦନ , ଖୋଲିଲା ପୋର୍ଟାଲ୍

mahabharatanews

ଉଦଳା ବିଧାୟକଙ୍କ ବିଭିନ୍ନ କ୍ୱାରେନଟାଇନ ସେଣ୍ଟର ଗସ୍ତ

mahabharatanews