ଓଡିଶା

ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି

ଭୁବନେଶ୍ୱର/ଶିଳାସ୍ମିତା ରାୟ: ରାଜ୍ୟରେ ଆଜି ୧୨୦୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କ ମୃତ୍ୟୁ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମୃତ୍ୟୁ ସଂଖ୍ୟାକୁ ମିଶାଇବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି । ଆଜି ଗଞ୍ଜାମରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨, ରାୟଗଡାରୁ ୧, ସୁନ୍ଦରଗଡରୁ ୧, ନୟାଗଡରୁ ୧ ଓ ସମ୍ବଲପୁରରୁ ଜଣଙ୍କ ମୃତ୍ୟୁ ହୋଇଛି ।
ଆଜିର ସଂଖ୍ୟାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୯୦ରେ ପହଞ୍ଚିଛି । ସେହିପରି ଖୋର୍ଦ୍ଧାରେ ଏପର୍ଯ୍ୟନ୍ତ ୨୧ ଜଣଙ୍କ ମୃତ୍ୟୁ ହୋଇଛି, ରାୟଗଡାରେ ୭, ସୁନ୍ଦରଗଡରେ ୭, ନୟାଗଡରେ ୨ ଓ ସମ୍ବଲପୁରରେ ଜଣଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁରରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ବୟସ ୬୭ର ପୁରୁଷ ହାଇପର ଟେନସନରେ ପୀଡିତ ଥିଲେ । ସେହିପରି ଭୁବନେଶ୍ୱରରୁ ୬୦ ବର୍ଷୀୟା ମହିଳା, ଡାଇବେଟିସରେ ପୀଡିତ ଥିଲେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସାଂଘାତିକ କିଡନୀ ରୋଗ ଓ ଡାଇବେଟିସରେ ପୀଡିତ ୬୦ ବର୍ଷ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମର ଜଣେ ୪୫ ବର୍ଷୀୟ ପୁରୁଷ, ୪୭ ବର୍ଷୀୟ ପୁରୁଷ, ୩୩ ବର୍ଷୀୟ ପୁରୁଷ, ୬୫ ବର୍ଷୀୟ ପୁରୁଷ ଡାଇବେଟିସ, ହାଇପର ଟେନସନରେ ପୀଡିତ ଥିବା ବେଳେ ମୃତ୍ୟୁ ଘଟିଛି । ନୟାଗଡରୁ ୬୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି, ସେ କିଡନୀ ରୋଗରେ ପୀଡିତ ଥିଲେ । ସୁନ୍ଦରଗଡରୁ ୭୧ ବର୍ଷୀୟ ବୃଦ୍ଧ ଡାଇବେଟିସରେ ପୀଡିତ ଥିବା ବେଳେ କରୋନାରେ ମୃତ୍ୟୁ ହୋଇଛି । ରାୟଗଡାର ୫୦ ବର୍ଷୀୟ ପୁରୁଷ କିଡନୀ ଓ ଅନ୍ୟ ରୋଗରେ ପୀଡିତ ଥିବା ବେଳେ କରୋନାରେ ମୃତ୍ୟୁ ହୋଇଛି ।

Related posts

ରାୟଗଡ଼ା ଘଟଣାକୁ ନେଇ ଜାତୀୟ ମହିଳା ଆୟୋଗ ସ୍ୱତଃପ୍ରବୃତ୍ତ ଭାବେ ମାମଲା ରୁଜୁ କରିଛି

mahabharatanews

ମୁଁ ୭ମ ଶ୍ରେଣୀରେ ପଢୁଛି! ମୋ ମା କହୁଛି ଦେହ ବିକ୍ ଆଉ ପଇସା ଦେ

mahabharatanews

ରାଜ୍ୟରେ ସମୁଦାୟ 51723 ଗାଁ ଅଛି ; ମନ୍ତ୍ରୀ ପ୍ରମିଳା ମଲ୍ଲିକ

mahabharatanews