ଓଡିଶା

ଇଏସଆଇସିରେ ଗର୍ଭବତୀଙ୍କୁ ମିଳିବ ସାଢେ ସାତ ହଜାର ଟଙ୍କା

ଭୁବନେଶ୍ୱର/ଶିଳାସ୍ମିତା ରାୟ: କର୍ମଚାରୀ ରାଜ୍ୟ ବୀମା ନିଗମ ( ଇଏସଆଇସି) ସ୍ୱାସ୍ଥ ବୀମା ଯୋଜନା ଅନ୍ତର୍ଗତ ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର । ଏଣିକି ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଖର୍ଚ୍ଚ ବାବଦକୁ ମିଳିବ ୭,୫୦୦ ଟଙ୍କା ମିଳିବ, ଯାହା ଏବେ ୫୦୦୦ ଟଙ୍କା ରହିଛି । ଚଳିତ ବର୍ଷ ଫେବୃୟାରୀ ମାସରେ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାରଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏବେ ଏହି ପ୍ରସ୍ତାବ ଉପରେ ଖୁବ୍ ଶୀଘ୍ର ଅନ୍ତିମ ମୋହର ଲଗାଯିବ।
ଏହି ପ୍ରସୂତି ଖର୍ଚ୍ଚ ସେହି ଲାଭାର୍ଥୀ ମହିଳାଙ୍କୁ ଦିଆଯାଇଥାଏ ଯେଉଁମାନେ ଇଏସଆଇସି ନେଟଓ୍ବାର୍କର ହସ୍ପିଟାଲ୍ କିମ୍ବା ଔଷଧ କେନ୍ଦ୍ର ଯାଏଁ ନ ପହଞ୍ଚି ପାରିବା ଯୋଗୁଁ ଅନ୍ୟ ହସ୍ପିଟାଲରେ ମାତୃତ୍ବ ସେବାର ଲାଭ ଉଠାଇଥାଆନ୍ତି। ଏଥିରେ ହିତାଧାରୀଙ୍କଠୁ ୩୦ଦିନ ଭିତରେ ନିଜର ମନ୍ତବ୍ୟ ଦେବାକୁ କୁହାଯାଇଛି। ଏହା ପରେ ସରକାର ଅନ୍ତିମ ନିଷ୍ପତ୍ତି ନେବ। ଇଏସଆଇସିର ସ୍ବାସ୍ଥ୍ୟ ବୀମା ଯୋଜନା ଅନୁସାରେ ବୀମା କରିଥିବା ମହିଳା କର୍ମଚାରୀ କିମ୍ବା ପୁରୁଷ କର୍ମଚାରୀଙ୍କ ପତ୍ନୀଙ୍କ ପାଇଁ ପ୍ରସୂତି ଖର୍ଚ୍ଚ ଦିଆଯାଇଥାଏ। ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଏହି ସମ୍ବନ୍ଧରେ ଏକ ଡ୍ରାଫ୍ଟ ଜାରି କରିଛି ।
ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମର ସ୍ବାସ୍ଥ୍ୟ ବୀମା ଯୋଜନା ଅନୁସାରେ ପ୍ରସୂତି ଖର୍ଚ୍ଚ ବଢ଼ାଇ ୭,୫୦୦ଟଙ୍କା କରିବାର ପ୍ରସ୍ତାବ ରହିଛି। ଏବେ ଏହି ରାଶି ୫୦୦୦ଟଙ୍କା ରହିଛି। ଅର୍ଥାତ୍ ୨୫୦୦ଟଙ୍କା ବୃଦ୍ଧିର ପ୍ରସ୍ତାବ ରହିଛି। ଏହି ମାତୃତ୍ବ ସହାୟତା କେବଳ ଦୁଇ ଶିଶୁଙ୍କ ପାଇଁ ଉପଲବ୍ଧ କରାଯାଉଛି ।

Related posts

ବିଏମସି ଅଞ୍ଚଳରେ ଜବର ଦଖଲ ହୋଇଛି ୫୦୦ ଏକର ସରକାରୀ ଜମି

mahabharatanews

ନୟାଗଡରେ ଅବକାରୀ ଚଢାଉରେ ଚୋରା ଦେଶୀ ମଦ ଜବତ

mahabharatanews

ପାରିବାରିକ କହଳରୁ ବିଟେକ ଛାତ୍ରୀଙ୍କ ଆତ୍ମହତ୍ୟା

mahabharatanews