ଓଡିଶା

ରାଜ୍ୟରେ ସ୍ମାର୍ଟ ଓୟେରେ ହେବ ଲାଇସେନ୍ସ କାମ, ଆଉ ଆରଟିଓରେ ଲାଗିବନି ଭିଡ

ଭୁବନେଶ୍ୱର: ଏଣିକି ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟ ଆରଟିଓ କାମ ପାଇଁ ଲୋକଙ୍କୁ ଆଉ ଆରଟିଓ ଅଫିସ ଆଗରେ ଲମ୍ବା ଧାଡିରେ ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି । ଲୋକଙ୍କ ଡିଏଲ, ଗାଡି ରେଜିଷ୍ଟ୍ରେସନ ଆଦି ବିଭିନ୍ନ କାମ ପାଇଁ ଆରଟିଓରେ ସମୟ ନଷ୍ଟ କରିବାକୁ ହେବ ନାହିଁ । ଏଥିନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ମାର୍ଟ ପ୍ରୋସେସିଂ ପଦ୍ଧତି ଆରମ୍ଭ ହୋଇଛି । ଏହି କାର୍ଯ୍ୟ ଅନଲାଇନରେ ହେବ । ଏନେଇ ନ୍ୟାସନାଲ୍ ସ୍ମଲ୍ ଇଣ୍ଡିଷ୍ଟ୍ରିଜ୍ କୋର୍ପୋରେସନ୍ ସହ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏହି ପଦ୍ଧତିକୁ ଭୁବନେଶ୍ୱର-୧, କଟକ, ବାଲେଶ୍ୱର, ଭାଦ୍ରକ, ଅନୁଗୁଳ, ଗଞ୍ଜାମ, ପୁରୀରେ ଆରମ୍ଭ କରାଯିବ । ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

 

Related posts

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ

mahabharatanews

ଶବ ବ୍ୟବଛେଦ ଘରେ ଚାଲିଛି ଅସାମାଜିକ କାର୍ଯ୍ୟ

mahabharatanews

ମଣିଷଖିଆ ବାଘର ଉତ୍ପାତ ,ନାବାଳକ ପରେ ଏବେ ମହିଳାଙ୍କ ପାଳି   

mahabharatanews