ଓଡିଶା

ରାଜ୍ୟରେ ୩ ବର୍ଷରେ ୨୮୨ ହ।ତୀ ମୃତ୍ୟୁ

ଭୁବନେଶ୍ୱର: ହାତୀ ମୃତ୍ୟୁକୁ ନେଇ ଆସିଛି ସାଂଘାତିକ ତଥ୍ୟ । ରାଜ୍ୟରେ ଗତ ୩ ବର୍ଷରେ ୨୮୨ ହ।ତୀଙ୍କ ମୃତ୍ୟୁ ହେଲାଣି । ଏହି ତଥ୍ୟ ବିଧାନସଭାରେ ଦେଇଛନ୍ତି ଜଙ୍ଗଲମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଆରୁଖ କହିଛନ୍ତି, ବିଗତ ୩ ବର୍ଷରେ ୨୮୨ ହାତୀଙ୍କ ମୃତ୍ୟୁ ହୋଇଛି ।
ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ ୨୮୨ ହାତୀଙ୍କର ଗତ ୩ ବର୍ଷରେ ମୃତ୍ୟୁ ହୋଇଛି । ୨୦୧୮-୧୯ରେ ୯୩ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯-୨୦ରେ ୮୨ ହାତୀଙ୍କ ମୃତ୍ୟୁ, ୨୦୨୦-୨୧ରେ ୭୭ ହାତୀଙ୍କ ମୃତ୍ୟୁ ଓ ଚଳିତ ବର୍ଷର ସୁଦ୍ଧା ୩୦ ହାତୀଙ୍କର ମୃତ୍ୟୁ ହୋଇଛି । ସେହିଭଳି ଗତ ୩ ବର୍ଷରେ ୧୭ ବାଘଙ୍କ ମୃତ୍ୟୁ ହୋଇଛି ।

Related posts

ସ୍ଥଗିତ ଥିବା ପଞ୍ଚାୟତ ନିର୍ବାଚନରେ ବି ଜିତି‌ଲେ ବିଜେଡି ପ୍ରାର୍ଥୀ

mahabharatanews

ରେଳ ଦୁର୍ଘଟଣା: ସିବିଆଇ ତଦନ୍ତ ଆରମ୍ଭ

mahabharatanews

ବରୀରେ ଅଭାବନୀୟ ଘଟଣା ଆମ୍ବୁଲାନ୍ସ ବଦଳେ ଟଲିରେ ବୁହାହେଲେ ପ୍ରସୂତି

mahabharatanews