Uncategorized

ରାପିଡ ଟେଷ୍ଟ କିଟ ସମସ୍ୟା: ସହଯୋଗର ହାତ ବଢାଇଲା ଚୀନ

ନୂଆଦିଲ୍ଲୀ: ଚାଇନାରୁ ଆସିଥିବା ରାପିଡ୍ ଟେଷ୍ଟ୍ କିଟରେ ନମୁନା ପରୀକ୍ଷା ଫଳରେ ତାଳମେଳ ରହୁ ନ ଥିବା ଅଭିଯୋଗ ଆସିଛି । ଏହା ଜାଣିବା ପରେ ଭାରତୀୟ ସରକାରୀ କର୍ତ୍ତୃପକ୍ଷଙ୍କ ସହ ମିଶି କାମ କରିବାକୁ ଚୀନ୍ ପ୍ରସ୍ତାବ ଦେଇଛି । ଭାରତସ୍ଥିତ ଚୀନ୍ ଦୂତାବାସର ମୁଖପାତ୍ର ଜି ରୋଙ୍ଗ୍ କହିଛନ୍ତି, ରପ୍ତାନି ହେଉଥିବା ଡାକ୍ତରୀ ସାମଗ୍ରୀର ମାନ ଉପରେ ଚୀନ୍ ଖୁବ୍ ଗୁରୁôତ୍ୱ ଦେଇଥାଏ । ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଦୂତାବାସ ସମ୍ପୃକ୍ତ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ମିଶି କାମ କରିବ ବୋଲି ଜି ଟୁଇଟ୍ କରି ଜଣାଇଛନ୍ତି । ଚୀନ କିଟରେ ହୋଇଥିବା ପରୀକ୍ଷାର ରିପୋର୍ଟରେ ତାଳମେଳ ନରହିବାରୁ ଦୁଇ ଦିନ ପାଇଁ ଏହି କିଟ୍ ବ୍ୟବହାର ବନ୍ଦ ରିଖିବାକୁ ଇଣ୍ଡିଆନ ମେଡିକାଲ ଆଣ୍ଡ ରିସର୍ଚ୍ଚ କାଉନସିଲ (ଆଇଏମ୍ସିଆର୍) ରାଜ୍ୟମାନଙ୍କୁ କହିଛି । ଅନ୍ୟପଟେ ବିଶେଷଜ୍ଞ ଦଳ ଏହି କିଟର ଫଳାଫଳକୁ ନେଇ ଯାଞ୍ଚ କରିବାକୁ କୁହାଯାଇଛି ।

ମଙ୍ଗଳବାର ଦିନ ଆଇଏମ୍ସିଆର୍ର ଏପିଡେମିଓଲୋଜିଷ୍ଟ୍ ଆଣ୍ଡ୍ କମ୍ୟୁନିକେବଲ୍ ଡିଜିଜିଜର ମୁଖ୍ୟ ରମଣ ଆର୍ ଗଙ୍ଗାଖେଡ଼କର କହିଥିଲେ ଯେ କିଟ୍ ପରୀକ୍ଷା ଫଳରେ ଏତେ ମାତ୍ରାରେ ତାରତମ୍ୟ ରହିବା ଭଲ କଥା ନୁହେଁ । ଆଇଏମ୍ସିଆର୍ ନିର୍ଦେଶ ଦେବାରୁ ଆଗରୁ ରାଜସ୍ଥାନ ଏହି କିଟ୍ ବ୍ୟବହାର କରିବା ବନ୍ଦ କରି ଦେଇଥିଲା ।

Related posts

ନିର୍ଭୟା ମାମଲା: ଜାନୁଆରୀ ୧୪ରେ କ୍ୟୁରେଟିଭ ପିଟିସନର ଶୁଣାଣି

mahabharatanews

ନୌସେନ।ର ୨୧ କର୍ମଚାରୀ କରୋନାରେ ଆକ୍ରାନ୍ତ

mahabharatanews

ଶାନ୍ତି ରକ୍ଷା ପାଇଁ ସୋନୋୱାଲଙ୍କ ଅପିଲ୍

mahabharatanews