Uncategorized

ରାଷ୍ଟ୍ରପତି ଭବନରେ କରୋନା: ୧୨୫ ପରିବାରକୁ ସେଫ ଆଇସୋଲେସନ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଭବନରେ କରୋନାର ପାଦଚିହ୍ନ। ରାଷ୍ଟ୍ରପତି ଭବନରେ ଥିବା ୧୨୫ ପରିବାରକୁ ସେଲଫ ଆଇସୋଲେସନରେ ରହିବାକୁ କୁହାଯାଇଛି । ଜଣେ ସଫେଇ କର୍ମଚାରୀଙ୍କ ଜଣେ ମହିଳା ସମ୍ପର୍କୀୟଙ୍କ ଠାରେ କରୋନା ଚିହ୍ନଟ ହେବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି । ସେ ଉକ୍ତ କର୍ମଚାରୀଙ୍କ ଘରେ ରହୁଥିଲେ ।

ଏହି ମହିଳାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି। ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ, ରାଷ୍ଟ୍ରପତି ଭବନ ପରିସରରେ ରହୁଥିବା ୧୨୫ଟି ଘରର ସଦସ୍ୟଙ୍କୁ ସେଲଫ ଆଇସୋଲେସନରେ ରହିବାକୁ କୁହାଯାଇଛି। ମହିଳା ରହୁଥିବା ବ୍ଲକର ୨୫ଟି ଘର ପାଇଁ କଡ଼ା କଟକଣା ଲାଗୁ କରାଯାଇଛି। ଏହା ପରେ ରାଷ୍ଟ୍ରପତି ଉକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ତାର ଯାଞ୍ଚ ଚାଲିଛି ।

ନିକଟରେ ଉକ୍ତ ସଫେଇ କର୍ମଚାରୀଙ୍କ ଝିଅର ଶାଶୂ କରୋନା ମହାମାରୀରେ ଆକ୍ରାନ୍ତଙ୍କ ହୋଇ ପ୍ରାଣ ହରାଇଥିଲେ। ତେଣୁ ସମସ୍ତ ପରିବାର ସଦସ୍ୟ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ। ତେଣୁ ସେଠାରୁ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଗତକାଲି ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

Related posts

ମୋଦିଙ୍କ ଦୂରଦୃଷ୍ଟିକୁ ଜୋଶୀଙ୍କ ପ୍ରଶଂସା

mahabharatanews

ଜିଲ୍ଲା ପ୍ରଶାସନକୁ ସୁପ୍ରିମ କୋର୍ଟଙ୍କ ଜବାବ ତଲବ

mahabharatanews

ପଦାର୍ଥ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାର

mahabharatanews