ମନୋରଞ୍ଜନ

ରିଲିଜ ହେଲା  ‘The Archies’ର ଟ୍ରେଲର

(ମୁମ୍ବାଇ) :  ୨୦୨୩ବର୍ଷର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ‘The Archies’ର ଟ୍ରେଲର ଆଜି ମୁକ୍ତିଲାଭ କରିଛି । ଜୋୟା ଅଖତରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ନୂଆ ନୂଆ ଚେହେରା ଦେଖିବା ପାଇଁ ମିଳୁଛି । ରୋମାଞ୍ଚକର କଥା ହେଉଛି ଯେ, ଫିଲ୍ମ ‘The Archies’ଜରିଆରେ ଅନେକ ବଲିଉଡ ତାରକାଙ୍କ ପିଲା ମାନେ ବଲିଉଡରେ ଡେବ୍ୟୁ କରିଛନ୍ତି । ଏଥିମଧ୍ୟରେ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ, ବୋନି କପୁରଙ୍କ ଝିଅ ଖୁସି କପୁର ଏବଂ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦଙ୍କ ନାମ ରହିଛି।
‘ଦି ଆର୍କିଜ୍’ର ଅନ୍ୟ ତାରକାମାନଙ୍କ ମଧ୍ୟରେ ମିହିର ଅହୁଜା, ଆଦିତ୍ୟ ସେହଗଲ୍, ଯୁବରାଜ ମେନ୍ଦା ଏବଂ ବେଦଙ୍ଗ ରାଇନା ସାମିଲ ଅଛନ୍ତି । ନିକଟରେ ଫିଲ୍ମର ପ୍ରଥମ ଲୁକ୍, ପୋଷ୍ଟର ଏବଂ ଗୀତ ମଧ୍ୟ ରିଲିଜ୍ ହୋଇଥିଲା । ତେବେ ଏହି ଫିଲ୍ମଟି ୧୯୫୦ ଏବଂ ୧୯୬୦  ଦଶକର କାହାଣୀ ଉପରେ ଆଧାରିତ । ଶେଷରେ ଜୋୟା ଅଖତର ମଧ୍ୟ ‘ଦି ଆର୍କିଜ୍’ର ବହୁ ପ୍ରତୀକ୍ଷିତ ଟ୍ରେଲର ରିଲିଜ୍ କରିଛନ୍ତି । ଫିଲ୍ମଟି ଡିସେମ୍ବର ୭ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି ।

Related posts

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଦୀପିକା ପାଦୁକୋଣଙ୍କ ମତ

mahabharatanews

ବିବାହ କରିବାକୁ ଯାଉଛନ୍ତି ଚର୍ଚ୍ଚିତ ଯୋଡି ତମନ୍ନା ଭାଟିଆ ଏବଂ ବିଜୟ ବର୍ମା

mahabharatanews

ପରଲୋକରେ ଲୋକପ୍ରିୟ ହାସ୍ୟାଭିନେତା ଆରଏସ ଶିବାଜୀ 

mahabharatanews