ଓଡିଶା

ଲାଞ୍ଚୁଆ ଫାଣ୍ଡି ଅଧିକାରୀ ନିଲମ୍ବିତ

କୋରାପୁଟ: ଲାଞ୍ଚ ଅଭିଯୋଗରେ କୋରାପୁଟ ଜିଲ୍ଲା ଆମ୍ବଗୁଡା ଫାଣ୍ଡି ଅଧିକାରୀ ନାରାୟଣ ପଟନାୟକ ନିଲମ୍ବନ ହେବା ସହ ଗିରଫ ହୋଇଛନ୍ତି । ଜୟପୁର ଏସ୍ପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ମୁକେଶ ଭାମୁ ଏହି ସୂଚନା ଦେଇଛନ୍ତି । ଗତ ଡିସେମ୍ବର ୨୪ ତାରିଖରେ ଆମ୍ବଗୁଡା ଫାଣ୍ଡି ଅନ୍ତର୍ଗତ କୁମୁଲିପୁଟ ଦୁର୍ଘଟଣାରେ ମୂଳାଶୁର ଗାଁର ଦେବେନ୍ଦ୍ର ତନ୍ତୀର ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାରକୁ ସମବେଦନା ବଦଳରେ ଫାଣ୍ଡି ଅଧିକାରୀ ଗାଡିର ଇନ୍ସୁରାନ୍ସ ଅନ୍ୟାନ୍ୟ ବାବଦକୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ହେଲେ ପରିବାର ଲୋକ ୬ହଜାର ଟଙ୍କା ଦେଇଥିବା କହିଛନ୍ତି । ଏପରି କି ଶବ ବ୍ୟବଛେଦ ପାଇଁ ଡାକ୍ତର ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କିନ୍ତୁ ୨ ହଜାର ୫ଶହ ଟଙ୍କା ଦେଇଥିବା ପରିବାର ଲୋକେ କହିଛନ୍ତି । ଏହାରି ଭିତରେ ଆଜି ମୋ ସରକାର ପକ୍ଷରୁ ମୃତକ ଦେବେନ୍ଦ୍ର ତନ୍ତୀଙ୍କ ପରିବାରକୁ ଫୋନ ଆସିଥିଲା ଯେଉଁଥିରେ କି ସମସ୍ତ ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୁରୁତର ସହ ନେଇ ଫାଣ୍ଡି ଆଧିକାରୀଙ୍କୁ ନିଲମ୍ବନ କରିବା ସହ ଗିରଫ କରି କୋର୍ଟ ·ଲାଣ କରିଛନ୍ତି । ଏହାସହ ଡାକ୍ତର ଲାଞ୍ଚ ମାଗିଥିବା ଅଭିଯୋଗର ତଦନ୍ତ ଜାରି ରହିଥିବା ଏସ୍ପି କହିଛନ୍ତି ।

Related posts

ପଶ୍ଚିମ ବଙ୍ଗ ରାଜ୍ୟପାଳଙ୍କୁ ବିଧାନସଭା ମନା

mahabharatanews

ମାନବାଧିକାର କମିଶନ ଅଫିସର କର୍ମଚାରୀ ସଂକ୍ରମିତ ଚିହ୍ନଟ

mahabharatanews

ଖୋଲିଛି ୩୪ଟି ଗେଟ୍ ; କଟକ ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦର ପାଣି

mahabharatanews