Uncategorized

ଶାହିନବାଗ ପ୍ରଦର୍ଶନ ବେଳେ ଶିଶୁ ମୃତ୍ୟୁ ମାମଲା ପହଞ୍ଚିଲା କୋର୍ଟରେ

ନୂଆଦିଲ୍ଲୀ: ଶାହୀନ ବାଗରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକରଣ (ଏନଆରସି)ର ପ୍ରଦର୍ଶନ ମଧ୍ୟରେ ଶିଶୁ ମୃତ୍ୟୁ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି । ବୀରତା ପୁରସ୍କାରରେ ସମ୍ମାନିତ ସପ୍ତମ ଶ୍ରେଣୀ ଛାତ୍ରୀ ଜେନ ଗୁଣରତ୍ନ ସଦାବନ୍ତେ ମୁଖ୍ୟ ବିଚାରପତି ଏନଏ ବୋବଡେଙ୍କୁ ଚିଠି ଲେଖି ପ୍ରଦର୍ଶନରେ ଶିଶୁଙ୍କୁ ନେବା ଉପରେ ଗାଇଡ ଲାଇନ ପ୍ରସ୍ତୁତ କରିବାକୁ ଗୁହାରି ଲଗାଇଛନ୍ତି ।

ଶିଶୁର ପିତା ଅରଶାଦ କହିଛନ୍ତି, ଆମେ ଗତ ୨୯ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନରେ ଥିଲୁ । ପ୍ରଦର୍ଶନ ସମୟରେ ବିଳମ୍ବିତ ରାତିରେ ଫେରିଲୁ ଓ ପ୍ରାୟ  ୨.୩୦ରେ ଶିଶୁକୁ କ୍ଷୀର ପିଆଇ ଥିଲୁ । କିନ୍ତୁ ସକାଳୁ ଉଠି ଦେଖିଲୁ ପିଲା ସମ୍ପୂର୍ଣ୍ଣ ନିରବ ଥିଲା । ତେଣୁ ତୁରନ୍ତ ବାଟଲା ହାଉସ କ୍ଲିନିକକୁ ନିଆଯାଇଥିଲା । ସେଠାରେ ଡାକ୍ତର ଶିଶୁକୁ ହୋଲି ପ୍ୟାମିଲି ହସ୍ପିଟାଲକୁ ନେବାକୁ କହିଥିଲେ । କିନ୍ତୁ ସେଠାକୁ ନେବାକୁ ଶିଶୁର ପରିବାର ସକ୍ଷମ ନ ଥିବାରୁ ଶିଶୁକୁ ଅଲ ଶିଫା ହସ୍ପିଟାଶଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ଏହା ପରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା, ସରକାର ଏହି ଆଇନ ଆଣି ନ ଥିଲେ ପ୍ରଦର୍ଶନ ହୋଇନଥାନ୍ତା କି ଶିଶୁର ମୃତ୍ୟୁ ହୋଇ ନ ଥିଲା । ଶିଶୁର ପରିବାର ବିହାରରୁ ହୋଇଥିବା ବେଳେ ସେମାନଙ୍କ ପାଖରେ କୌଣସି ନଥି ପତ୍ର ନାହିଁ । ଶିଶୁର ପିତା ଅରଶଦ ରିକ୍ସା ଚଳାଉଛନ୍ତି ।

Related posts

ଫୁଲୁଛି ମହାନଦୀ, ହୀରାକୁଦ ଡ୍ୟାମର ଗେଟ୍ ଖୋଲିବା ପରେ ବଢୁଛି ଜଳସ୍ତର

mahabharatanews

କୋରୋନା ଆତଙ୍କ: ଆମେରିକାରେ ୨୧ ଜଣଙ୍କ ମୃତ୍ୟୁ, ୫୫୦ ଆକ୍ରାନ୍ତ

mahabharatanews

ଗଡକରିଙ୍କ ବଡ ନିଷ୍ପତ୍ତି: ପ୍ରବାସୀ ଶ୍ରମିକଙ୍କୁ ଜାତୀୟ ରାଜପଥ ନିର୍ମାଣରେ ନିୟୋଜିତ କରାଯାଇ ପାରେ

mahabharatanews