ଓଡିଶା

ଶିଆଳ ଆକ୍ରମଣରେ ୧୦ରୁ ଅଧିକ ଖଣ୍ଡିଆ ଖାବରା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଶିଆଳ ଆତଙ୍କ । ଜିଲ୍ଲାର ଭୋଗରାଇ ଅଧୀନସ୍ଥ ନହରା ପଞ୍ଚାୟତର ମନ୍ଦାରୁଣୀ ଗାଁରେ ଶିଆଳ ଆକ୍ରମଣରେ ୧୦ରୁ ଅଧିକ ଖଣ୍ଡିଆ ଖାବରା ହୋଇଥିବା ବେଳେ ୧୫ରୁ ଅଧିକ ଗୋରି ଆହତ ହୋଇଛନ୍ତି । ବୁଧବାର ସଂଧ୍ୟାରେ ହଠାତ୍ ଶିଆଳଟି ପଶିଆସି ଏହି ଆତଙ୍କ ଖେଳାଇଥିଲା ।
ଶିଆଳ ଆକ୍ରମଣରେ ଗାଁର ମଲ୍ଲୀ ଦଳାଇ, ବିଦ୍ୟୁତ ଦାସ ମହାପାତ୍ର, ସୁବଳ ଜେନା, ଗଙ୍ଗା ଧର ସିଂହ ଓ ସାନୁଆ ପରିଡ଼ାଙ୍କ ସମେତ ୧୦ଜଣ ଆହତ ହୋଇଛନ୍ତି । କାହା ଘରେ ପଶି ଶିଆଳ କାମୁଡିଛି ତ ପୁଣି କିଏ ବାହାରକୁ ଯାଇଥିବା ବେଳେ ଶିଆଳ ଆକ୍ରମଣର ଶିକାର ହୋଇଛନ୍ତି । ତେବେ ଗୁରୁବାର ସକାଳେ ସମସ୍ତଙ୍କ ଚିତ୍ସା କରାଯାଇଛି । ଶିଆଳ ଆକ୍ରମଣ ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି । ଫଳରେ ଲୋକେ ଘର ବାହାରେ ଜଗି ରହିଛନ୍ତି । ତେବେ ଏହି ବନ୍ୟ ପ୍ରାଣୀ ଆକ୍ରମଣ ନେଇ ଖବର କରାଯାଇଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି ।

 

Related posts

ଖୋର୍ଦ୍ଧା ସବ୍ ଡିଭିଜନରେ ଦିନ ୨ଟାରୁ ସକାଳ ୬ଟା ସଟଡାଉନ

mahabharatanews

ବାଇକ କଚାଡି ଭାଙ୍ଗିଲା ଦନ୍ତା

mahabharatanews

ବୁଦା ମୁଳରୁ ଉଦ୍ଧାର ହେଲା ଦୁଇ ଭାଇଙ୍କ ମୃତ ଦେହ

mahabharatanews