ଗୋପ/ଜୟନ୍ତ ସେଠୀ: ରକ୍ଷଣା ବେକ୍ଷଣ ଅଭାବରୁ ପୁରୀରେ ଥିବା ନରେନ୍ଦ୍ର ପୁଷ୍କରିଣୀ ସମେତ ପଞ୍ଚ ତୀର୍ଥ ପୁଷ୍କରିଣୀର ଜଳ ପ୍ରଦୁଷିତ ହୋଇଥିଲା । ଫଳରେ ପୁଷ୍କରିଣୀର ମାଛ ମରି ଭାସୁଥିଲେ। ତେବେ ଭୁବନେଶ୍ୱରର କେନ୍ଦ୍ରୀୟ ଜଳ କୃଷି ଅନୁସନ୍ଧାନ ସଂସ୍ଥାନ ତଥା ସିଫା ପରାମର୍ଶ କ୍ରମେ ସମସ୍ତ ତୀର୍ଥ ପୁଷ୍କରିଣୀର ଜଳ ବିଶୋଧନ ପ୍ରକ୍ରିୟା ଆରଂଭ ହୋଇଛି। ଜଳରେ ବ୍ଲିଚିଙ୍ଗ ପାଉଡର ସମେତ ପୋଟାସିୟମ ପାରାମାଙ୍ଗାନିଜ ସିଞ୍ଚନ କରାଯାଉଛି। ତେବେ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀ ଜଳ କିପରି ପ୍ରଦୂଷଣ ହେବ ନାହିଁ , ନଳାପାଣି ସ୍କୁଷ୍କରିଣୀରେ ମିଶିବ ନାହିଁ ସେ ନେଇ ସିଫା କାର୍ୟ୍ୟଳୟରୁ ମାର୍ଗ ଦର୍ଶିକା ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି।
ଗତ କିଛି ଦିନ ମୂଷା ନଦୀର ବନ୍ୟାଜଳ ନରେନ୍ଦ୍ର ପୁଷ୍କରିଣୀରେ ମିଶି ଯିବାରୁ ପୁଷ୍କରିଣୀ ଜଳ ପ୍ରଦୂଷିତ ହୋଇ ମାଛ ମରି ଯାଇଥିଲେ। ଜଳରେ ଅମ୍ଳଜାନ କମ ହୋଇ ଯିବା ଏବଂ ଆମୋନିଆ ବଢି ଯିବା ହେତୁ ମାଛ ମଡ଼କ ହୋଇ ଥିଲା। ପରେ ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ଭୁବନେଶ୍ୱରର ସିଫା କାର୍ୟ୍ୟଳୟରୁ ସ୍ୱତନ୍ତ୍ର ଟିମ ଆସି ଜଳର ନମୁନା ପରୀକ୍ଷା ପାଇଁ ନେଇ ଥିଲେ। ସେହିପରି ପଞ୍ଚ ତୀର୍ଥ ପୁଷ୍କରିଣୀର ଜଳ ମଧ୍ୟ ଟେଷ୍ଟିଂ ପାଇଁ ନେଇ ଥିଲେ। ତେବେ ଟିମ ପ୍ରାଥମିକ ଭାବେ ଜଳ ପ୍ରଦୁଷିତ ହେତୁ ଲୋକ ଙ୍କୁ ଗାଧୋଇବାକୁ ବାରଣ କରିଥିଲା। ଏଥି ସହିତ ପୋଖରୀର ନିୟମିତ ରକ୍ଷଣା ବେକ୍ଷଣ ପାଇଁ ଜିଲା ପ୍ରଶାସନକୁ ପରାମର୍ଶ ଦେଇଥିଲା।
ଭବତାରଣ ସାହୁ, ଉପଜିଲ୍ଲାପାଳ, ପୁରୀ
previous post
