Uncategorized

ଶ୍ରୀନଗର ଗସ୍ତରେ ୧୬ ଦେଶର ପ୍ରତିନିଧି ମଣ୍ଡଳ

ଶ୍ରୀନଗର: ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସେଠାକାର ସ୍ଥିତି ଜାଣିବାକୁ ଗୁରୁବାର ଆମେରିକାର ରାଜଦୂତ କେନେଥ ଆଇ ଜଷ୍ଟରଙ୍କ ସମେତ ୧୬ ଦେଶର ପ୍ରତିନିଧି ଦୁଇ ଦିନିଆ ଗସ୍ତରେ ଶ୍ରୀନଗରରେ ପହଁଚିଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ବାଙ୍ଗାଲାଦେଶ, ଭିଏତନାମ, ନର୍ୱେ, ମାଲଦୀପ, ଦକ୍ଷିଣ କୋରିଆ, ମସ୍କୋ, ନାଇଜେରିଆ, ଆର୍ଜେଣ୍ଟିନା, ଟୋଗଗୋ, ପେରୁ, ଆଦି ଦେଶର ରାଷ୍ଟ୍ରଦୂତ ଏହି ଦଳରେ ସାମିଲ ଅଛନ୍ତି । ଏମାନେ ଶ୍ରୀନଗରରେ ପହଞ୍ôଚବା ପରେ ଏମାନଙ୍କୁ ସେଠାରେ ଭବ୍ୟ ସମ୍ବର୍ଦ୍ଧନା ଜଣ।।ଯାଇଥିଲା ।

ଏହି ଗସ୍ତ କାଳରେ ସେମାନେ ଉପରାଜ୍ୟପାଳ ଜି ସି ମୁର୍ମୁ ଓ ସିଭିଲ ସୋସାଇଟର ସଦସ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏମାନଙ୍କୁ ଏହି କେନ୍ଦ୍ରଶାସିତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ଏଜେନ୍ସି ଦ୍ୱାରା ସୁରକ୍ଷା ସ୍ଥିତି ସମ୍ପର୍କରେ ଅବଗତ କରାଯିବ । ପାକିସ୍ତାନର ଅପପ୍ରଚାରର ଯାଞ୍ଚ କରିବାକୁ ଏହି ପ୍ରତିନିଧି ଦଳ ଆଜି ଶ୍ରୀନଗରରେ ପହଁଚିଛନ୍ତି ।

ଏହା ପରେ ଆଉ ଏକ ୟୁରୋପୀୟ ପ୍ରତିନିଧି ଦଳ ମଧ୍ୟ ଆଗାମୀ ଦିନରେ କାଶ୍ମୀର ଗସ୍ତ କରି ସେଠାକାର ସ୍ଥିତିର ଅନୁଧ୍ୟାନ କରିବେ । ଏମାନେ ରାଜ୍ୟର ପୂର୍ବ ୩ ମୁଖ୍ୟମନ୍ତ୍ରୀ ଫାରୁକ ଅବ୍ଦୁଲ୍ଲ।।, ଉମର ଅବ୍ଦୁଲ୍ଲା ଓ ମହବୁବା ମୁଫ୍ତିଙ୍କୁ ଭେଟିବେ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୩ ଜଣିଆ ୟୁରୋପୀୟ ସାଂସଦୀୟ ଦଳ ଜାମ୍ମୁ କାଶ୍ମୀରର ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିଲେ । ଅବଶ୍ୟ ସେହି ଦଳର ଅନୁଧ୍ୟାନ ଏକ ଅଣସରକାରୀ ଏଜେନ୍ସି ଦ୍ୱାରା କରାଯାଇ ଥିଲା ।

Related posts

ଜାଣନ୍ତୁ କେଉଁ ଦିଗରେ ଦୀପ ଜାଳିଲେ କ’ଣ ସବୁ ଲାଭ ହୋଇଥାଏ

mahabharatanews

ସିବିଆଇ ଚଢଉପରେ ହକି ମହାସଂଘ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା

mahabharatanews

ଲଛମନପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ, ଜୋତା ବିତରଣ ଉତ୍ସବ

mahabharatanews

Leave a Comment