ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସେନା ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟ ଯବାନଙ୍କୁ ସମ୍ମାନ ଦେବା ଲକ୍ଷ୍ୟରେ ସେମାନଙ୍କ ନାମକୁ ଜାତୀୟ ଯୁଦ୍ଧ ସ୍ମାରକରେ ଲିପିବଦ୍ଧ କରାଯିବ । ଏନେଇ ଜଣେ ସେନା ଅଧିକାରୀ ଗୁରୁବାର କହିଛନ୍ତି। ଜୁନ୍ ୧୫ରେ ଗଲୱାନ ଉପତ୍ୟକାରେ ଚୀନ ସୈନିକମାନେ ଭାରତୀୟ ସୈନ୍ୟଙ୍କୁ ପଥର, ଲୁହାରଡରେ ଆକ୍ରମଣ କରିଥିଲେ। ଚୀନ ସେନାର ମରଣାନ୍ତକ ଆକ୍ରମଣରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ବି ସନ୍ତୋଷ ବାବୁଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଥିଲେ। ଏହାକୁ ନେଇ ପୂରା ଦେଶରେ ଆଲୋଡନ ସୃଷ୍ଟି ହୋଇଥିଲା । ସହିଦ ସୈନିକଙ୍କ ପାଇଁ ସାରା ଦେଶରେ ଚୀନ ବିରୋଧୀ ଚିନ୍ତାଧାରା ସୃଷ୍ଟି ହୋଇଥିଲା । ଏହାକୁ ଦେଖି ଚୀନ ବିରୋଧରେ କେନ୍ଦ୍ର ସରକାର କୁଟନୀତିକ ପ୍ରତିବନ୍ଧକ ଲଗାଇଥିବା ବେଳେ ସହିଦଙ୍କ ସମ୍ମାନାର୍ଥେ ଯୁଦ୍ଧ ସ୍ମାରକୀରେ ସେମାନଙ୍କ ନାମ ଉଲ୍ଲେଖ କରିବାକୁ ଯାଉଛି ।
previous post