(ଭୁବନେଶ୍ୱର) : ସରିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା । ଆଉ ଦ୍ବିତୀୟ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ ୨୦ ସୁଦ୍ଧା ସରିବ । ମଇ ୧୬ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ।
ସୂଚନାନୁଯାୟୀ , ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଅଧିକାଂଶ ବିଷୟର ଉତ୍ତର ଖାତା ମୂଲ୍ୟାୟନ ଇତିମଧ୍ୟରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଳା ଓ ଧନ୍ଦାମୂଳକ ବିଷୟଗୁଡ଼ିକର ମୂଲ୍ୟାୟନ ଏବେ ଜାରି ରହିଛି। ୬୯ଟି ଅଫ୍ଲାଇନ୍ ଓ ୪୧ଟି ଅନ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହୋଇଛି । ୭ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉଭୟ ଅଫ୍ଲାଇନ୍ ଓ ଅନ୍ଲାଇନ୍ ମୂଲ୍ୟାୟନରେ ସାମିଲ ହୋଇଛନ୍ତି । ତେବେ ଅନ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ଏସି ଲାଗିଥିଲେ ମଧ୍ୟ ଅଫ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ରର ହଲ୍ଗୁଡ଼ିକରେ ପର୍ଯ୍ୟାପ୍ତ ଫ୍ୟାନ୍ ଲାଗିଥିବାରୁ ସମସ୍ୟା ନଜରକୁ ଆସିଥିଲା। ଏନେଇ ଜଣାପଡ଼ିବା ପରେ ପରିଷଦ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି।
