Uncategorized

ସିଏଏ ହେଉଛି ଇତିହାସର ଏକ କଳା ଆଇନ: ଉର୍ମିଳା

(ନୂଆଦିଲ୍ଲୀ): ସାରା ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଏପର୍ଯ୍ୟନ୍ତ ଦେଶର କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ସିଏଏକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସିଏଏକୁ ବିରୋଧ କରି ସେ କହିଛନ୍ତି ଏହା ହେଉଛି ଏକ ବ୍ଲାକ ଆକ୍ଟ ବା କଳା ଆଇନ । ଗାନ୍ଧିଜୀଙ୍କ ପୂଣ୍ୟ ତିଥି ଅବସରରେ ନନ୍ ଭାୟୋଲେଣ୍ଟ ପିପୁଲ୍ସ ମୁଭମେଣ୍ଟ ପକ୍ଷରୁ ସିଏଏ ଏବଂ ଏନଆରସି ବିରୋଧରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଉର୍ମିଳା ଏଭଳି କହିଛନ୍ତି । କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଆହୁରି କହିଛନ୍ତି ଯେ, ଇଂରେଜମାନେ ଜାଣିଥିଲେ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ଭାରତରେ ବିରୋଧ ବଢିବ । ସେଥିପାଇଁ ସେମାନେ ୧୯୧୯ରେ ରୋଲାଟ୍ ଆକ୍ଟ ଆଣିଥିଲେ । ୧୯୧୯ ଇଂରେଜମାନଙ୍କ ଏହି ଆଇନ ଓ ୨୦୧୯ର ସିଏଏ ଇତିହାସର ୨ଟି ‘କଳା ଆଇନ’ । ଆମେ ଏଭଳି ଆଇନ ଚାହୁଁନାହୁଁ, ଯାହା ଧର୍ମ ଆଧାରରେ ମୋର ପରିଚୟ ଏବଂ ନାଗରିକତାକୁ ଆକଳନ କରିବ । କେହି ଧର୍ମ, ଭାଷା, ଲିଙ୍ଗ ଏବଂ ଅଞ୍ଚଳର ଆଧାରରେ ଭେଦଭାବ କରିପାରିବେ ନାହିଁ ବୋଲି ସମ୍ବିଧାନରେ ଉଲ୍ଲେଖ ଥିବା ଉର୍ମିଳା କହିଥିଲେ । ତାଙ୍କର ଏହି ପ୍ରତିକ୍ରିୟା ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । କିଛି ୟୁଜର ମିମ୍ସ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଥିବା ବେଳେ ଆନ୍ୟ କେତେକ ତାଙ୍କୁ ହ୍ୱାଟ୍ସଆପ୍ ୟୁନିଭର୍ସିଟିର ପ୍ରଫେସର ବୋଲି ଉଲ୍ଲେଖ କରିଛନ୍ତି ।

Related posts

ବନ୍ୟାଜଳରେ ଆସାମର ୨୦ ଜିଲ୍ଲା: ୬୬ ଜଣଙ୍କ ମୃତ୍ୟୁ

mahabharatanews

ଦେଶରେ ୧୦୭୯୬ କରୋନା ଆକ୍ରାନ୍ତ

mahabharatanews

ଆଜି ଭୁବନେଶ୍ୱରରୁ ୫ କରୋନା ପଜିଟିଭ ଚିହ୍ନଟ

mahabharatanews