ଓଡିଶା

ସିଏମସି ନାମରେ ମିଥ୍ୟା ସଟଡାଉନ: ଗୁଜବକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଥାନାରେ ଏତଲା

କଟକ : ଆଜି ଓଡ଼ିଶା ସୁରକ୍ଷା ସେନାର କଟକ ଶାଖା ସଦସ୍ୟଗଣ ପୁରିଘାଟ ଥାନାରେ ଏକ ଏତଲା ଦେଇଛନ୍ତି । କିଛି ଗୁଜବକାରୀ ସିଏମସି ନାମରେ ଏକ ଚିତ୍ର କରି ୨୧/୦୭/୨୦୨୦ ପର୍ୟ୍ୟନ୍ତ କଟକ ସଟ ଡାଉନ ରହିବ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିଛନ୍ତି। ଏହି ଚିତ୍ର ଗୋଟିଏ ସାଧାରଣ ଚିତ୍ର ନୁହେଁ ବରଂ ସିଏମସି ଟ୍ୱିଟ ର ଚିତ୍ର କରାଯାଇ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରାଯାଇଛି।
ସରକାରୀ କାର୍ୟ୍ୟାଳୟ (ସିଏମସି) ଲୋଗୋ ଥାଇ ଏହି ଚିତ୍ର ଦ୍ୱାରା ଗୁଜବ ଜନମାନସ ରେ ଅତ୍ୟନ୍ତ ଆଘାତ ପହଞ୍ଚାଈଛି। ପରେ କଟକ ମହାନଗର ନିଗମ ତରଫରୁ ମଧ୍ୟ ଏହାକୁ ଖଣ୍ଡନ କରାଯାଇ ଏକ ଗୁଜବ ବୋଲି ଟୁଇଟର ମାଧ୍ୟମରେ କୁହାଯାଇଛି। ଏଭଳି ଗୁଜବ ପ୍ରସାର କରିବା ଭାରତୀୟ ସମ୍ବିଧାନ ର ଏପିଡେମିକ ଆକ୍ଟ ଅନୁସାରେ ଦଣ୍ଡ ବିଧାନ ପରିସର ଭୁକ୍ତ ଅଟେ ବୋଲି ଓଡ଼ିଶା ସୁରକ୍ଷା ସେନା ନିଜ ଏତଲାରେ ଦର୍ଶେଇଛି। ଏହା ସହିତ ଏଭଳି ଗୁଜବ ପ୍ରସାରିତ କରୁଥିବା ଓ ସରକାରୀ କାର୍ୟ୍ୟାଳୟ ଲୋଗୋ ଦେଇ ଏହି ଚିତ୍ର ତିଆରି କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରିଛି ଓଡ଼ିଶା ସୁରକ୍ଷା ସେନା। ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ସାଧାରଣ ସମ୍ପାଦକ ସବ୍ୟସାଚୀ ଶତପଥି ଙ୍କ ନେତୃତ୍ୱରେ ସତ୍ୟବ୍ରତ ପଣ୍ଡା,ଦେବବ୍ରତ ମିଶ୍ର,ପାର୍ଥ ସାରଥୀ ସ୍ୱାଇଁ,ରାଜକିଶୋର ବାରିକ ପ୍ରମୁଖ ଉପସ୍ଥିତ ରହି ଏତଲା ଦେଇ ଥିଲେ।

Related posts

ଭୁବନେଶ୍ବରରେ ପୁଣି ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ; ‌ରେଳଧାରଣାରୁ ଖସିଲା ୮ ବଗି

mahabharatanews

ଲୋନ ପରିଶୋଧ ନ କରିପାରିବାରୁ ସିଲ୍ ହେଲା ଘର

mahabharatanews

ଇନ୍ଦ୍ରଜିତ ସେନଗୁପ୍ତଙ୍କ ହୃଦଘାତରେ ଦେହାନ୍ତ

mahabharatanews