ଓଡିଶା

ସୁନା ବେଶରେ ଅଳଙ୍କାର ପିନ୍ଧି ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ସୁନାର ଅଳଙ୍କାର ପିନ୍ଧି ଦର୍ଶନ ଦେବେ ଶ୍ରୀଜିଉ। ମହଣ ମହଣ ସୁନା ଅଳଙ୍କାରରେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଭାଇ ଶ୍ରୀବଳଭଦ୍ର ସଜେଇ ହେବାର ଦୃଶ୍ୟ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରିଛନ୍ତି । ଅପରାହ୍ନ ପ୍ରାୟ ୩ଟାରେ ଆରମ୍ଭ ହେବ ସୁନାବେଶ । ସନ୍ଧ୍ୟା ୬ଟା ବେଳକୁ ମହାପ୍ରଭୁଙ୍କର ଏହି ମନଲୋଭା ବେଶକୁ ଦେଖିପାରିବେ ଭକ୍ତ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାପାଇଁ ସମସ୍ତ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ନିଆଯାଇଛି ।

ମହାପ୍ରଭୁଙ୍କ ଏହି ଅପୂର୍ବ ସୁନାବେଶ ପାଇଁ ରତ୍ନଭଣ୍ଡାରରୁ ରଥ ଉପରକୁ ସୁନା ନିଆଯିବ । କିରିଟି, ଶ୍ରୀପୟର, ଶ୍ରୀଭୂଜ, ଚନ୍ଦ୍ର-ସୂର୍ଯ୍ୟ, ଚକ୍ର ଆଦି ଅନେକ ସୁନା ଆଭୂଷଣ ରହିଛି । ଭକ୍ତମାନେ ସୁନାବେଶକୁ ରାତି 11ଟା ପର୍ଯ୍ୟନ୍ତ ଦେଖିପାରିବେ । ଏହାପରେ ବେଶଓଲାଗି ହେବ । ଶ୍ରୀଜିଉମାନେ ମନ୍ଦିର ଭିତରେ ଦୋଳପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ଦଶହରା ଦିନ ମଧ୍ୟ ସୁନାବେଶ ହୋଇଥାନ୍ତି । କିନ୍ତୁ ରଥ ଉପରେ ସୁନାବେଶ ଆଜି ହେବେ ।

Related posts

ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

mahabharatanews

ନୂତନ ଶିକ୍ଷା ନୀତି ସହ ବ୍ରିଟିଶ ମ୍ୟୁଜିକ ଆଲବମର ତୁଳନା

mahabharatanews

ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗୁ ହେବ ଅନଲାଇନ୍ ସମନ୍ୱିତି ମନ୍ଦିର ପରିଚାଳନା ବ୍ୟବସ୍ଥା ବା ଆଇଟିଏମଏସ

mahabharatanews