Uncategorized

ସୁପ୍ରିମକୋର୍ଟରେ ସିଏଏ ଆନ୍ଦୋଳନ ବିରୋଧରେ ଆବେଦନ

(ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଚାଲିଥିବା ଆନ୍ଦୋଳନରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପାଇଁ ମଙ୍ଗଳବାର ଆବେଦନ କରାଯାଇଛି । ଆଇନଜୀବୀ ଭିନୀତ ଧଣ୍ଡା ଏନେଇ କୋର୍ଟରେ ଆବେଦନ ଦାଖଲ କରିବା ସହ ଜରୁôରୀ ଶୁଣାଣି ପାଇଁ ଅନୁରୋଧ କରିଛନ୍ତି । ଦେଶରେ ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଲୋକମାନେ ପୋଡାଜଳା କରି ଦଙ୍ଗା ସ୍ଥିତି ସୃଷ୍ଟି କରୁଛନ୍ତି । ତେଣୁ ଉଭୟ କେନ୍ଦ୍ର ଓ ପ୍ରଭାବିତ ରାଜ୍ୟ ଗୁଡିକର ସରକାର ଦଙ୍ଗା ସୃଷ୍ଟିକାରୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ତାଙ୍କ ଆବେଦନରେ କହିଛନ୍ତି । ସେହିପରି ମିଥ୍ୟା ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ଗୁଡିକ ଉପରେ ପଦକ୍ଷେପ ନେବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଉ । ସିଏଏକୁ ନେଇ ଭୁଲ ତଥ୍ୟ ଦେଇ ଉସକାଉଥିବା ରାଜନୈତିକ ଦଳଗୁଡିକୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ରୁଲିଂ ଦିଅନ୍ତୁ ବୋଲି ଦାଖଲ ହୋଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି । ତେବେ ଏ ସମ୍ପର୍କରେ କେବେ ଶୁଣାଣି ହେବ ତାହା ଜଣାପଡିନାହିଁ ।

Related posts

ମୋ ସଂଘର୍ଷଠୁ ଅଧିକ ସଂଘର୍ଷ କରିଛନ୍ତି ମୋ ମାତା ପିତା: ପ୍ରଦୀପ ସିଂହ

mahabharatanews

 ବିହାର, ଉତ୍ତର ପ୍ରଦେଶରେ ବଜ୍ରପାତ ଜନିତ  ମୃତ୍ୟୁ ୧୧୬ 

mahabharatanews

ହୋଲି ପୂର୍ବରୁ ହାପୁରରେ ୧୪୪ ଧାରା ଜାରି

mahabharatanews