ଓଡିଶା

ଜି ଆଇଇ ଟି ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଗୁଣୁପୁର / ଦୀପକ କୁମାର ପଣ୍ଡା : ଗୁଣପୁର ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସ୍ବେଚ୍ଛାକୃତ ଅନ୍ତ ରାଜ୍ୟ ମେଗା ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର  ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ  ୨୨୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରକୁ ବିଶ୍ଵବିଦ୍ୟାଳୟର କୁଳପତି ଡ ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ଶିବିରର ଶୁଭ ଉଦଘାଟନ କରି ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ରାୟଗଡା ଜିଲ୍ଲା ଗୁଣୁପୁର ରକ୍ତ ଭଣ୍ଡାର ସହ ଗଜପତି, ଗଞ୍ଜାମ ଓ ପଡ଼ୋଶୀ  ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ରେଡକ୍ରସ ରକ୍ତ ଭଣ୍ଡାରକୁ ରକ୍ତ ପ୍ରେରିତ କରି ରକ୍ତ ହୀନତା ରୋଗୀ ମାନଙ୍କୁ ଜୀବନ ଦାନ କରୁଥିବାରୁ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗ ଦେଇ ଉତ୍ସାହର ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ରୁ  ବିଶ୍ଵବିଦ୍ୟାଳୟର ସଭାପତି ଡ. ସତ୍ୟ ପ୍ରକାଶ ପଣ୍ଡା,ଉପ-ସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା, ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା, ରେଜିଷ୍ଟ୍ରାର ଡ ଏନ ଭି ଜଗନାଧା ରାଓ ସମସ୍ତ ରକ୍ତଦାତା ଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଭଳି ମହତ ସେବା କାର୍ଯ୍ୟକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।

Related posts

ଆସିଲା JEE Main ଏବଂ NEET ପରୀକ୍ଷା ତାରିଖ 

mahabharatanews

ରାଜ୍ୟରେ ଗତ ଏକ ଦିନରେ ୧୩୮୯ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଉଚ୍ଛେଦ ହେଲା ଜବରଦଖଲ ଜମି

mahabharatanews