Uncategorized

ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କୋରୋନା

(ମହାଭାରତ, ମାଦ୍ରିଦ): ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରା ସାଞ୍ଚେଜଙ୍କ ପତ୍ନୀ ବେଗୋନା ଗୋମେଜ କୋରୋନା ଭୁତାଣୁ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି । ସ୍ପେନ ପ୍ରଧାନମନ୍ତ୍ରୀଙ୍କ କାର୍ଯାଳୟରୁ ଏହି ସୂଚନା ମିଳିଛି । ଏବେ ବେଗୋନାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାଯାଇଛି । ବାସଭବନରେ ତାଙ୍କୁ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯାଉଛି । ପୂର୍ବରୁ ସ୍ପେନ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟର ଦୁଇ ଜଣ ମନ୍ତ୍ରୀ କୋରୋନା ପଜିଟିଭ ଥିବା ଜଣାଯାଇଛି । ଏହା ପୂର୍ବରୁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫୀ ଟ୍ରୁଡୋ ମଧ୍ୟ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଅଲଗା ରଖାଯାଇ ଚିକିତ୍ସା ଜାରି ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ସ୍ପେନରେ ୧୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଢ ହଜାରରୁ ଅଧିକ ଆକ୍ରାନ୍ତ ଥିବା ଜଣାପଡିଛି । ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ କୋରୋନା ଆକ୍ରାନ୍ତ ଜଣାପଡିବା ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ସ୍ପେନବାସୀଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଖାଦ୍ୟ ଏବଂ ଔଷଧ ପାଇଁ ବାହାରକୁ ଯିବାର ଅନୁମତି ରହିଛି । ସ୍କୁଲ, କଲେଜଗୁଡିକୁ ବନ୍ଦ କରିଦିଆଯାଇଛି । ତେବେ ଏହି ଭୟଙ୍କର ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ବସ, ରେଷ୍ଟୁରାଣ୍ଟ,ସିନେମା ହଲ, ଫୁଟବଲ ଷ୍ଟାଡିଅମ, ସୁଇମିଂ ପୁଲ ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଖାଦ୍ୟ ସାମଗ୍ରୀ ବିକ୍ରୀ କରୁଥିବା ଦୋକାନ ଗୁଡିକ ଖୋଲା ରହିବାକୁ ଅନୁମତି ରହିଛି । ସ୍ଥିତି ନିୟନ୍ତ୍ରଣ ନହେବା ଯାଏ ଘରେ ରହିବାକୁ ସମଗ୍ର ଦେଶବାସୀଙ୍କୁ ସ୍ପେନ ପ୍ରଧାନମନ୍ତ୍ରୀ କହିଛନ୍ତି । ସମସ୍ତେ ନିଜ ନିଜ କାର୍ଯ୍ୟରେ ଖୁବ୍ ଶୀଘ୍ର ଯୋଗ ଦେବେ । ସେ ସମୟ ଯାଏ ସତର୍କତା ଅବଲମ୍ବନ କରିବାକୁ ସ୍ପେନବାସୀଙ୍କୁ ପ୍ରଧାନମନ୍ତ୍ରୀ ପେଟ୍ରୋ ସାଞ୍ଚେଜ ନିବେଦନ କରିଛନ୍ତି ।

Related posts

ସାହିନ ବାଗ ଧମକ ଘଟଣା: ମାଲିକକୁ ପୁଲିସର ପଚରାଉଚରା

mahabharatanews

ଓରିଓ ମିଲ୍କ ସେକ

mahabharatanews

ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଲା ବର୍ଷେ

mahabharatanews