ଓଡିଶା

୩ ଜଣ କରୋନା ପଜେଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା

(ଜୟନ୍ତ କୁମାର ସେଠୀ /ପୁରୀ): ପୁରୀ ସହରରେ ପୁଣି ୩ ଜଣଙ୍କ କରୋନା ପଜେଟିଭ ଚିହ୍ନଟ ହୋଇଛି । ଫଳରେ ଉକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଜିଲା ପ୍ରଶାସନ ଘୋଷଣା କରି ଉକ୍ତ ଅଂଚଳରେ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସ୍ଥାନୀୟ ଲୋକମାନେ ଘରୁ ବାହାରିବାକୁ କଟକଣା ଜାରି କରାଯାଇଛି। ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କୁ ଯୋଗାଇ ଦିଆଯିବ। କଣ୍ଟାକ୍ଟ ଟ୍ରେସିଂ ବ୍ୟକ୍ତିଙ୍କ ସ୍ୱାବ ଟେଷ୍ଟ ରିପୋର୍ଟ ନ ଆସିବା ଯାଏ ଏହି କଟକଣା ରହିବ। ସୂଚନା ଅନୁଯାୟୀ ପୁରୀ ସହରର ୭ ନମ୍ବର ୱାର୍ଡ ବଳିଆ ପଣ୍ଡା ବିନାୟକ ସାହି , ୨୨ ନମ୍ବର ୱାର୍ଡ ନବକଳେବରରୋଡ଼ ମଧୁବନ ଛକ, ୨୯ ନମ୍ବର ୱାର୍ଡ କୁମ୍ଭାରପଡା ର ଜେଲ ରୋଡ଼ ଅଂଚଳକୁ କଣ୍ଟେନମେଣ୍ଟ ଅଂଚଳ ରୂପେ ଘୋଷଣା କରାଯିବା ସହିତ କଟକଣା ଜାରି କରାଯାଇଛି।

Related posts

ଓଲଟିଲା ଗ୍ୟାସ ଭର୍ତ୍ତି ଟ୍ୟାଙ୍କର

mahabharatanews

ରାଷ୍ଟ୍ରୀୟ ମାର୍ଯ୍ୟାଦାରେ ହେବ ସରୋଜ ଦାସଙ୍କ ଶେଷକୃତ୍ୟ

mahabharatanews

ଆଜି ବିଶ୍ୱ ହସ୍ତୀ ଦିବସ

mahabharatanews