ଓଡିଶା

ସ୍ୱତନ୍ତ୍ର ବସରେ ୨୪ଜଣ ବିହାର ଓ ପଶ୍ଚିମବଙ୍ଗ ଗଲେ

(ଜୟନ୍ତ ସେଠି/ ଗୋପ): ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସରେ ୨୪ଜଣ ଶ୍ରମିକଙ୍କୁ ବିହାର ଓ ପଶ୍ଚିମବଙ୍ଗ ରାଜ୍ୟକୁ ପଠାଯାଇଛି । ସେମାନେ ନିଜ ଭିଟାମାଟିକୁ ଚାଲିଚାଲି ଯିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ରହିଥିବା ବେଳେ ପିପିଲି ପୋଲିସର ପ୍ରଚେଷ୍ଟାରେ ଏକ ସ୍ୱତନ୍ତ୍ର ବସ ଯୋଗାଇ ଦିଆଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ଓ ପିପିଲି ପୁଲିସ ର ଜୟଜୟକାର କରି ସେମାନେ ବସରେ ନିଜ ରାଜ୍ୟକୁ ଫେରିଛନ୍ତି । ଏହି ବସରେ ବିହାର ଔରଙ୍ଗାବାଦର ଜଣେ ମହିଳାଙ୍କ ସମେତ ୭ଜଣ ଓ ପଶ୍ଚିମବଙ୍ଗ ମୁର୍ଶିଦାବାଦର ୧୭ଜଣ ଶ୍ରମିକ ରହିଛନ୍ତି । ବସ ସେମାନଙ୍କ ରାଜ୍ୟର ସୀମାରେ ଛାଡିବ ବୋଲି ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ପୂର୍ବାହ୍ନରେ ଏହି ଶ୍ରମିକମାନେ ଜାତୀୟ ରାଜପଥରେ ଭୁବନେଶ୍ୱର ଅଭିମୁଖେ ଚାଲିଚାଲି ଯାଉଥିବାବେଳେ କୌଶଲ୍ୟାଗଙ୍ଗ ଠାରେ ଥିବା ଜିଲ୍ଲା ପ୍ରବେଶ ପଥର ପୁଲିସ ଚେକ୍ପୋଷ୍ଟଠାରେ ପୁଲିସ ନଜରରେ ଆସିଥିଲେ । ସେଠାରୁ ସେମାନଙ୍କୁ ଉଦ୍ଧାର କରାଯାଇ ପିପିଲିଥାନା ରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବା ସହ ସେମାନଙ୍କ ସଂପର୍କରେ ପଚାରି ବୁଝିଥିଲେ । ଥାନା ଅଧିକାରୀ ଶ୍ରୀ ସାହୁ ଜିଲ୍ଲା ପ୍ରଶାସନକୁ ଏସଂପର୍କରେ ଅବଗତ କରାଇଥିଲେ । ପୁରୀ ଏସପି ଡଃ. ଉମାଶଙ୍କର ଦାଶ ଓ ଜିଲ୍ଲାପାଳ ବଲବନ୍ତ ସିଂ ଙ୍କ ନଜରକୁ ଅଣାଯାଇ ସବୁ ସମସ୍ୟାର ସମାଧାନ ହୋଇ ପାରିଥିବା ଶ୍ରୀ ସାହୁ ସୁଚନା ଦେଇଛନ୍ତି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆଂଚଳିକ ପରିବହନ ଅଧିକାରୀ ବସ ଯୋଗାଇ ଦେଇଥିଲେ । ଏହି ଶ୍ରମିକମାନେ ବସ ଯୋଗେ ଯାତ୍ରା ନିଜ ରାଜ୍ୟ ଅଭିମୁଖେ ବାହାରିଥିଲେ ।

Related posts

କଲବଲ କରୁଛି ଶୀତ , ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି

mahabharatanews

ଜାତୀୟସ୍ତରର ଫିଲ୍ମ ଫେଷ୍ଟିଭାଲକୁ ଚୟନ ହେଲା ହିଞ୍ଜିଳିକାଟୁରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ” ଅଭିଳାଷ “

mahabharatanews

କୁଡିଆରେ ନିଆଁ ଲାଗି ୨ ଭଉଣୀ ଜୀବନ୍ତ ଦଗ୍ଧ

mahabharatanews