ନୂଆଦିଲ୍ଲୀ: ପୂର୍ବତନ ପ୍ର୍ରଧାନମନ୍ତ୍ରୀ, ବାଗ୍ମୀ, ବିପ୍ଲବୀ କବି ତଥା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଆଜି ୯୬ ତମ ଜନ୍ମ ତିଥି । ଏହି ରାଜନେତା ୩ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ଭାରତୀୟ ରାଜନୀତିକୁ ତାଙ୍କ ଅବଦାନ ଅତୁଳନୀୟ । ଦେଶର ବିକାଶ ତାଙ୍କ ମୂଳ ଅଜେଣ୍ଡା ଥିବାରୁ ସେ ଲୋକପ୍ରିୟ ରାଜନେତା ଭାବେ ସଦା ପରିଚିତ ରହିଥିବେ ।
ତାଙ୍କ ଅବର୍ତ୍ତମାନରେ ତାଙ୍କର ଏହି ପୂର୍ଣ୍ଣତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ମନେ ପକାଇଛନ୍ତି । ଟ୍ୱିଟରେ ମୋଦି ଉଲ୍ଲେଖ କରିଛନ୍ତି, ପୂର୍ବ ପ୍ରଧାନମନ୍ତ୍ରୀ ଆଦରଣୀୟ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତଶତ ପ୍ରଣାମ । ନିଜ ଦୂରଦର୍ଶୀ ନେତୃତ୍ୱରେ ସେ ଦେଶକୁ ବିକାଶର ଅଭୂତପୂର୍ବ ଶୀଖରରେ ପହଞ୍ଚାଇଥିଲେ । ଏକ ସଶକ୍ତ ଓ ସମୃଦ୍ଧ ଭାରତ ନିର୍ମାଣ ପାଇଁ ତାଙ୍କ ପ୍ରୟାସକୁ ସଦା ସ୍ମରଣ କରାଯିବ । ଆଜି ଅଟଳ ଜୟନ୍ତୀ ଅବସରରେ ମୋଦି ଓ ବାଜପେୟୀଙ୍କ ଜୀବନକୁ ନେଇ ରଚିତ ଏକ ପୁସ୍ତକର ଉନ୍ମୋଚନ କରିବେ ମୋଦି । ସଂସଦରେ ଅଟଳବିହାରୀ ଦେଇଥିବା ବହୁ କାଳଜୟୀ ଭାଷଣକୁ ଏହି ପୁସ୍ତକରେ ଆଦୃତ କରାଯାଇଛି । ତେଣୁ ଆଜି ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପୁସ୍ତକ ଉନ୍ମୋଚି ହେବ ।
previous post