(ମହାଭାରତ,ନିମାପଡା): ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର କିଛି ମୁନାଫାଖୋର କର୍ମ·ରୀ ଯୋଗୁଁ ଅନେକ ସମୟରେ ବହୁ ଅଘଟଣ ଘଟୁଥିବା ପରିଲକ୍ଷିତ ହେଉଛି । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ·ରିଛକ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ମହିଳା ୱାର୍ଡର ଛାତରୁ କଂକ୍ରିଟ ଖଣ୍ଡ ଖସୀପଡି ୨ ଜଣ ମହିଳା ଓ ରୋଗୀ ଆହାତ ହୋଇଛନ୍ତି । ଆହତମାନେ ହେଲେ ବାହାରାଣା ଗ୍ରାମର ମୁନି ବିବି, ମେହେବୁନ ବିବି ଏବଂ ଇଫେ˜ଶ୍ୟାମ ବିବି । ୱାର୍ଡରେ ଚିକିତ୍ସିତ ହେଉଥିବା ରଶ୍ମିତା ମୁଦିଲି,ରୀତାଞ୍ଜଳି ନାୟକ ଏବଂ ବର୍ଷା ଭୋଇ ଏଭଳି ଅଭାବନୀୟ ଘଟଣାକୁ ନେଇ ଭୟଭୀତ ହୋଇପଡିଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ବହୁ ଥର ଛାତରୁ କଂକ୍ରିଟ ଖଣ୍ଡ ଖସିଛି ବୋଲି କୁହନ୍ତି । ଏ ନେଇ ଚିକିତ୍ସା ଦାୟିତ୍ୱରେ ଥିବା ଡଃ ସୁକାନ୍ତ କୁମାର ଜେନା କୁହନ୍ତି କଂକ୍ରିଟ ଖଣ୍ଡ ଖସିପଡ଼ିବା ଯୋଗୁ ଦୁଇଜଣ ମହିଳା ସାମାନ୍ୟ ଆହତ ହୋଇଛନ୍ତି । ·ରିଛକ ସ୍ୱାସ୍ଥ୍ୟକେନ୍ଦ୍ରରେ ଶହ ଶହ ରୋଗୀ ନିର୍ଭର କରିଥାନ୍ତି କିନ୍ତୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ଫଳରେ ରୋଗୀ ମାନଙ୍କର ଜୀବନ ବିପଦପୂର୍ଣ୍ଣ ବୋଲି ରୋଗୀ କୁହନ୍ତି । ଏଠାରେ ଚିକିତ୍ସିତ ହୋବାକୁ ସୁରକ୍ଷିତ ମଣୁନାହାନ୍ତି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଅସୁରକ୍ଷିତ କୋଠରୀକୁ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
previous post
next post