ଅପରାଧ

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

(ମହାଭାରତ,ସୁବର୍ଣ୍ଣପୁର): ଆଜି ଭୋର ସମୟରେ ସୁବର୍ଣ୍ଣପୁର ଜିଲ୍ଲା  ବିନିକା- ରାମପୁର ମୁଖ୍ୟରାସ୍ତା ବିଶାଲପାଲି  ଛକ ନିକଟ ବୁଲା ଲିଆଁ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଭୋର ସମୟରେ ସେହି ରାସ୍ତା ଦେଇ ସ୍ଥାନୀୟ ଲୋକମାନେ ଯିବା ସମୟରେ ବିଶାଳପାଲି ଛକ ନିକଟରେ ଏକ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ମୃତଦେହକୁ ଦେଖି ଲୋକେ ସଙ୍ଗେସଙ୍ଗେ ବିନିକା ଦମକଳ ବାହିନିକୁ ଖବର ଦେଇଥିଲେ । ଦମକଳ ବାହିନୀ ସେଠାରୁ ମୃତଦେହକୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖିଥିଲା । ବିନିକା ପୁଲିସ ଘଟଣା ସ୍ଥଳରୁ ଏକ ବାଇକ ଠଆର ୩୧ ଭି ୮୫୯୦କୁ  ଉଦ୍ଧାର କରି ଥାନାକୁ ଆଣିଛି । ବାଇକର ଆଗରେ ମାଡ ହୋଇ ଥିବାରୁ ବାଇକର ସମ୍ମୁଖ ଭାଗ ଚୁରମାର ହୋଇଯାଇଛି  । ପାରିପାଶ୍ୱିର୍କ ସ୍ଥିତିକୁ ଅନୁଧ୍ୟାନ କରି ଲାଗୁଛି ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କ ମୃତ୍ୟୁ ହୋଇଛି ।

Related posts

ସଢ଼ୁ ମାରିଲା ସଢ଼ୁକୁ

mahabharatanews

ପିକଅପ ଭ୍ୟାନରୁ ୫୦ କେଜି ଗଞ୍ଜେଇ ଜବତ, ୩  ଗିରଫ 

mahabharatanews

ବୋହୂକୁ ପୋଡି ହତ୍ୟା ଉଦ୍ୟମରେ ଅଭିଯୋଗ, ଶ୍ୱଶୁର ଗିରଫ

mahabharatanews