ଓଡିଶା

ବିଫଳ ହେଲା ଏସବିଆଇ ଏଟିଏମ ଲୁଟ ଉଦ୍ୟମ

ବାଣପୁର /ସୁଧୀର  କୁମାର  ପାତ୍ର : ଶନିବାର ବିଳମ୍ବିତ ରାତିରେ ଲୁଟେରା ମାନେ ବାଣପୁର ବାଲୁଗାଁ ରାସ୍ତାରେ ଥିବା  ବାଣପୁର ଥାନା ଅନ୍ତର୍ଗତ ଏକ ଷ୍ଟେଟବ୍ୟାଙ୍କ ଏଟିଏମ ରୁ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି l ଖବରରୁ ଜଣାଯାଇଛି ବାଣପୁର ବାଲୁଗାଁ ରାସ୍ତାରେ ଥିବା ଅନ୍ତରକିଆରୀ ଛକ ରବୀନ୍ଦ୍ର ମାନସିଂହଙ୍କ ଘର ପାଖରେ ଥିବା ଏକ ଷ୍ଟେଟବ୍ୟାଙ୍କ ଏଟିଏମରୁ ଦୁର୍ବୁର୍ତ୍ତ ମାନେ  ରାତ୍ରି 3ଘଟିକାରେ ଏକ ଧଳାରଙ୍ଗର କାରରେ ଆସି ସଟର ଭାଙ୍ଗି ଭିତରେ ପଶିଥିଲେ l ନିକଟରେ ଥିବା ଜନୈକ ବ୍ୟକ୍ତି ଦେଖି ପୋଲିସକୁ ଖବର ଦେଇଥିଲେ l କିନ୍ତୁ ଦୁର୍ବୁତ୍ତ ମାନେ ଏଟିଏମ ମେସିନକୁ ଭାଙ୍ଗିବାକୁ ଚେଷ୍ଟାକରି ବିଫଳ ହେଲା ପରେ ପୋଲିସ ପହଂଚିବା ପୂର୍ବରୁ ପାରିନୁଆଗାଁ କେନାଲ ରାସ୍ତାରେ ଖସି ପଳାଇଥିଲେ l ପୋଲିସ ଉକ୍ତ ସ୍ଥାନରେ ପହଂଚି ଏଟିଏମକୁ ତାଲା ପକାଇ  ତନାଘନା କରୁଥିବାର ଜଣାଯାଇଛି l ପ୍ରକାଶ ଥାଉକି ଗାଡି ନମ୍ବରଟିକୁ ବ୍ୟକ୍ତି ଜଣକ ଦେଖିଥିଲେ ମଧ୍ୟ ତଦନ୍ତ ଚାଲୁ ଥିବାରୁ ତାହା ପ୍ରକାଶ କରିନାହାନ୍ତି l

Related posts

ମୁଣ୍ଡ ଟେକୁଛି ଡେଙ୍ଗୁ ; ଭୁବନେଶ୍ୱରରୁ ୯୦% ଆକ୍ରାନ୍ତ ଚିହ୍ନଟ

mahabharatanews

୭ରେ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

mahabharatanews

ଦାରିଦ୍ର୍ୟର ତାଡନାରେ ଅସହାୟ,ସରକାରୀ ସହାୟତାକୁ ଅପେକ୍ଷା

mahabharatanews