ଭାରତ

ଆସାମ ରାଇଫଲ୍ସ କର୍ଣ୍ଣେଲଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ଇମ୍ଫାଲ: ମଣିପୁରରେ ଆତଙ୍କବାଦୀ ଖେଳିଛନ୍ତି ରକ୍ତର ହୋଲି । ମଣିପୁରର ଚୁରାଚାନ୍ଦପୁର ଜିଲ୍ଲା ଏସ୍ ସେହକେନ୍ ଗାଁ ନିକଟରେ ଆସାମ ରାଇଫଲ୍ସର ଜଣେ କର୍ଣ୍ଣେଲଙ୍କ ସମେତ ୭ ଜଣଙ୍କୁ ଆତଙ୍କବାଦୀମାନେ ବର୍ବର ହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ଶିଶୁ ଓ ମହିଳା । ଉଭୟ ଶିଶୁ ଓ ମହିଳା କର୍ଣ୍ଣେଲଙ୍କ ପତ୍ନୀ ଓ ପୁତ୍ର ଥିଲେ । ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଏହି ଆକ୍ରମଣ ଘଟାଇଥିଲେ ଆତଙ୍କୀ । ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ପିପୁଲ୍ସ ଲିବ୍ରେସନ୍ ଆର୍ମି(ପିଏଲଏ) ଓ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ(ଏମଏନପିଏଚ) ନିଜକୁ ଦାୟୀ କରିଛନ୍ତି । ଏହି ଘଟଣାକୁ ନେଇ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ମିଆଁମାର ସୀମାନ୍ତରେ କଡା ତଲାସି ଚାଲିଛି ।
ଏକ ସାମାଜିକ କାର୍ୟ୍ୟକ୍ରମରେ ଯୋଗ ଦେଇ ୪୬ ଆସାମ ରାଇଫଲ୍ସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ,ତାଙ୍କ ପତ୍ନୀ ଓ ୮ ବର୍ଷର ପୁଅ ଫେରୁଥିଲେ। ସେମାନଙ୍କ ସହ କ୍ୱିକ୍ ରିଆକ୍ସନ ଟିମ୍ର କିଛି ଯବାନ ମଧ୍ୟ ଥିଲେ। ତେବେ ସେହକେନ୍ ଗାଁ ନିକଟରେ ହଠାତ୍ ସେମାନଙ୍କ ଗାଡ଼ିକୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିଲେ। ପ୍ରଥମେ ଆଇଡି ବିସ୍ଫୋରଣ ପରେ ଆଖିବୁଜା ଗୁଳିମାଡ଼ କରିଥିଲେ।

 

Related posts

ଇମ୍ଫାଲରୁ ‘ଭାରତ ଯୋଡା ନ୍ୟାୟ ଯାତ୍ରା’ ଆରମ୍ଭ

mahabharatanews

ସୋପିଆନରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

mahabharatanews

ରାଜ୍ୟସଭା ନିର୍ବାଚନରେ ଆପ ପକ୍ଷରୁ ନଜର ଆସିବେ ହରଭଜନ

mahabharatanews