Uncategorized

ହୋଟେଲ ଅଗ୍ନିକାଣ୍ଡକୁ ନେଇ ଏଫଆଇଆର ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀର କନ୍ନଟ ପ୍ଲେସରେ ଶନିବାର ପାର୍କ ହୋଟେଲ ନାମକ ଏକ ପଞ୍ଚତାରକା ହୋଟେଲରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଏକ ଏଫଆଇଆର ରୁଜୁ ହୋଇଥିବା ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି । ଏହି ମାମଲାରେ ପୁଲିସ ଧାରା ୨୮୫/୩୩୭ ଅନ୍ତର୍ଗତ ମାମଲା ରୁଜୁ କରିଛି । ତେବେ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟରୁ ହୋଇଥିବା ହୋଟେଲ ପକ୍ଷରୁ କୁହାଯାଇଛି ।

ହୋଟେଲର ବେଶମେଣ୍ଟରେ ଲାଗିଥିବା ନିଆଁକୁ ନେଇ ଆମେ ସଚେତନ ଅଛୁ । ସର୍ଟ ସର୍କିଟ କାରଣରେ ନିଆଁ ବାହାରି ଥିଲା ଓ ଏହା ଜଣାପଡିବା ପରେ ଆମେ ଏହାକୁ ନିୟନ୍ତ୍ରଣ କରି ନେଇଥିଲୁ । ତେବେ ଏହି ନିଆଁକୁ ନେଇ ଧୁଆଁ ସଂସ୍ପର୍ଶରେ ଆସଥିôବା ଅତିଥିମାନଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷ।। କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି । ଆହୁରି କୁହାଯାଇଛି, ହେଟେଲ କର୍ତ୍ତୃପକ୍ଷ ସୁରକ୍ଷାକୁ ପ୍ରାଥମିକତା ଦେଇ ଆସିଛି । ଆମେ ସୁନିଶ୍ଚିତ କରୁଛୁ କି ଏହି ଦୁର୍ଘଟଣାରେ କୌଣସି ଅତିଥିଙ୍କର କିଛି କ୍ଷତି ହୋଇନାହିଁ ।

ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନ ୧୧,୪୫ ମିନିଟରେ ରାଜେନ୍ଦ୍ର ନଗର ପୁଲିସଠାରୁ ସୂଚନା ମିଳିଥିଲା । ଏହା ପରେ ହସ୍ପିଟାଲରୁ ମଧ୍ୟ ସୂଚନା ମିଳିଥିବା ନୂଆଦିଲ୍ଲୀ ଏଡିସି ଦିପକ ଯାଦବ ସୂଚନା ଦେଇଛନ୍ତି । ଏହି ଅଗ୍ନିକାଣ୍ଡ ପରେ ଡର୍ଜନରୁ ଅଧିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ମଧ୍ୟ ଅଛନ୍ତି । ଅଗ୍ନିକାଣ୍ଡ ପରେ ଏମାନେ ଶ୍ୱସକ୍ରିୟାରେ କଷ୍ଟ ଅନୁଭବ କରିଥିବା ହସ୍ପିଟାଲରୁ କୁହାଯାଇଥିବା କମିଶନର ସୂଚନା ଦେଇଛନ୍ତି ।

Related posts

ସେନାଙ୍କ ଗାଡି ଦୁର୍ଘଟଣା, ୨ ଯବାନ ମୃତ

mahabharatanews

୫ରେ ଓମର ଅବଦୁଲ୍ଲାଙ୍କ ଅଟକ ମାମଲା ଶୁଣାଣି

mahabharatanews

ବୁହାନରୁ ୭୬ ଭାରତୀୟଙ୍କ ସମେତ ୧୧୨ଙ୍କୁ ନେଇ ଫେରିଲା ବିମାନ

mahabharatanews