ଓଡିଶା

୧୦ଶ୍ରେଣୀର ପରିବର୍ତ୍ତିତ ପାଠ୍ୟକ୍ରମ ପ୍ରକାଶ

କଟକ: ଦଶମ ଶ୍ରେଣୀର ପରିବର୍ତ୍ତିତ ପାଠ୍ୟକ୍ରମ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପ୍ରକାଶ ପାଇଛି । ବୋର୍ଡର ୱେବସାଇଟ୍‌ରେ ଏହି ବିବରଣୀ ପ୍ରଦାନ କରାଯାଇଥିବା ଜଣାପଡିଛି । ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ଦ୍ଭସମ.ସଦ୍ଭରୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବୋର୍ଡର ୱେବ୍‌ସାଇଟ୍‌ରୁ ନୂତନ ପାଠ୍ୟକ୍ରମ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ଦଶମ ଶ୍ରେଣୀର ୮ଟି ବହିର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିବାବେଳେ ଏହାର ତଥ୍ୟ ୱେବ୍‌ସାଇଟରେ ପ୍ରଦାନ କରାଯାଇଛି ।

୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଦଶମ ଶ୍ରେଣୀର ମୋଟ୍‌ ୧୪ଟି ବହି ମଧ୍ୟରୁ ୮ଟି ବହି ଯଥା ସାହିତ୍ୟ ସିନ୍ଧୁ, ସ୍କିଲ୍‌ ଅଫ୍‌ କମ୍ୟୁନିକେଟିଭ୍‌ ଇଂରାଜୀ, ମାଧ୍ୟମିକ ବୀଜଗଣିତ, ମାଧ୍ୟମିକ ଜ୍ୟାମିତି, ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ, ଇତିହାସ ଓ ରାଜନୀତି ବିଜ୍ଞାନ, ଭୂଗୋଳ ଓ ଅର୍ଥନୀତି ବହିର କିଛି ବିଷୟବସ୍ତୁକୁ ବାଦ୍‌ ଦିଆଯାଇ ନୂଆ ବିଷୟବସ୍ତୁ ଯୋଗ କରାଯାଇଛି ।

Related posts

ରାସନ କାର୍ଡ ନଥିଲେ ପ୍ରବାସୀ ପାଇବେ ରାସନ ସାମଗ୍ରୀ

mahabharatanews

ଥର୍ମାଲ ସ୍କ୍ରୀନିଂ ବ୍ୟାଙ୍କରେ ଆରମ୍ଭ ହେଲା

mahabharatanews

ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ନେଇ ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ

mahabharatanews