ଭାରତ

୧୦୦ ସୈନିକ ସ୍କୁଲକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦେଶରେ ଆଉ ଶହେଟି ସୈନିକ ସ୍କୁଲ ଖୋଲିବାକୁ ମିଳିଛି ଅନୁମୋଦନ । ଫଳରେ ଆସନ୍ତା ଶିକ୍ଷା ବର୍ଷରୁ ଏହି ସ୍କୁଲରେ ନାମ ଲେଖାଇ ପାରିବେ ନୂଆ ଶିକ୍ଷାର୍ଥୀ । ଆସନ୍ତା ବର୍ଷରୁ ୫ହଜାର ନୂଆ ଆଡମିଶନ ସମ୍ଭବ ହେବ । ଏହି ସ୍କୁଲରେ ବିଦ୍ୟାର୍ଶୀ ଷଷ୍ଠ ଶେଣୀରୁ ନାମ ଲେଖାଇ ପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଅନୁଷ୍ଠିଂତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଏନେଇ ସରକାରଙ୍କ ପକ୍ଷରୁ ଏକ ବୟାନ୍ ଜାରି କରାଯାଇଛି । ଜାତୀୟ ଶିକ୍ଷା ନୀତି ଅନୁରୂପ ଆଗକୁ ବଢ଼ିବା ସହ ଭାରତ ସରକାର ଦେଶର ସମୃଦ୍ଧ ସଂସ୍କୃତି, ଐତିହ୍ୟ, ଜାତୀୟ କର୍ତ୍ତବ୍ୟ ଏବଂ ଦେଶପ୍ରେମର ଭାବନା ଆଧାରିତ ଶିକ୍ଷାକୁ ଆହୁରି ସୁଦୃଢ଼ କରିବାକୁ ତଥା ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଏପରି ନିଷ୍ପତ୍ତି ନେଇଥିବା କୁହାଯାଇଛି । ବର୍ତ୍ତମାନ ସାରା ଦେଶରେ ୩୩ ସୈନିକ ସ୍କୁଲ ରହିଛି ।

 

Related posts

ସେନେଗାଡିରେ ନିଆଁ ଲାଗି ଚାରି ଯବାନ ସହିଦ

mahabharatanews

ମଧ୍ୟାହ୍ନ ଭୋଜନରେ ଛାତ୍ରୀଛାତ୍ରଙ୍କୁ ଦିଆଗଲା ଭାତ ସହ ଲଙ୍କାଗୁଣ୍ଡ

mahabharatanews

ଏବେ ବି ଟନେଲ ଭିତରେ ୪୦ ଶ୍ରମିକ, ଆମେରିକାରୁ ଆସିଲା ଡ୍ରିଲ୍ ମେସିନ୍

mahabharatanews