Uncategorized

ହାଇଡ୍ରୋସିକ୍ଲୋରୋକୁଇନ ମନଇଛା ନ ଖାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ଟୀକା ବା ଔଷଧର ବିକାଶ ହୋଇନାହିଁ । ତେବେ ମ୍ୟାଲେରିଆ ପାଇଁ ବ୍ୟବହାର ହେଉଥିବା ହାଇଡ୍ରୋସିକ୍ଲୋରୋକୁଇନ ବ୍ୟବହାର କରାଯାଉଛି । ଏହି ଔଷଧ ଭାରତରେ ମଧ୍ୟ ପ୍ରସ୍ତୁତ ହେଉଛି । ତେଣୁ କୋରୋନା ସହ ମୁକାବିଲା କରିବା ପାଇଁ ବିଭିନ୍ନ ଦେଶ ଭାରତଠାରୁ ଏହି ଔଷଧର ସହାୟତା ଭିକ୍ଷା କରୁଛନ୍ତି ।

ତେବେ ଏହି ଔଷଧ କରୋନା ସଂକ୍ରମିତଙ୍କୁ ଦିଆଯାଉଥିଲେ ମଧ୍ୟ ଏହା କରୋନାର ଔଷଧ ନୁହେଁ । ବର୍ତ୍ତମାନର ଭୟାବହ ସ୍ଥିତିକୁ ନେଇ କେହି ମନଇଛା ଏହାକୁ ନ ଖାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ଯୁଗ୍ମ ସଚିବ କହିଛନ୍ତି, ଏହା କେବଳ କରୋନା ପଜିଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତର ଓ ନର୍ସମାନଙ୍କୁ ପ୍ରଦାନ କରାଯାଉଛି । କିନ୍ତୁ ଏହାର ଅନେକ ପାଶ୍ୱର୍ ପ୍ରତିକ୍ରିୟା ରହିଛି । ହୃଦରୋଗ ସହ ବହୁ ସ୍ବାସ୍ଥ୍ୟସମସ୍ୟା ଦେଖାଦେଇପାରେ ଏହାର ସେବ ଦ୍ୱାରା । ତେଣୁ ଏହି ଔଷଧକୁ ପ୍ରତିଷେଧକ ଭାବେ ଗ୍ରହଣ ନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Related posts

ଆସନ୍ତା ୨୨ରେ ମୋଦୀଙ୍କ ନିର୍ବାଚନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି

mahabharatanews

ସୁପ୍ରିମ କୋର୍ଟ କର୍ମଚାରୀ କରୋନାରେ ଆକ୍ରାନ୍ତ

mahabharatanews

ନାସା ପୂର୍ବରୁ ‘ବିକ୍ରମ’କୁ ଇସ୍ରୋ ଖୋଜି ପାଇଥିଲା: କେ ଶିବନ

mahabharatanews