ଅପରାଧ

୨ କିଲୋର ବ୍ରାଉନ ସୁଗାର ଜବତ

କଟକ: ପୁଲିସ ପ୍ରଶାସନର ସମସ୍ତ ପ୍ରଚେଷ୍ଟା ସତ୍ତେ୍ୱ ମଧ୍ୟ ରାଜ୍ୟରେ ଡ୍ରଗ୍ସ କାରବାର ବୃଦ୍ଧି ପାଇବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ଧୀରେ ଧୀରେ ଧଳା ଜହରର ପେଣ୍ଠସ୍ଥଳିରେ ପରିଣତ ହୋଇଛି । ପୁଣି ପୁଲିସକୁ ମିଳିଛି ୨ କୋଟିର ବ୍ରାଉନ ସୁଗାର, ଯାହାର ଓଜନ ୨ କେଜି ହେବ । ଏହି ଧଳା ଜହରକୁ କଟକ ଅବକାରୀ ଓ ବାଲେଶ୍ୱର ପୁଲିସର ମିଳିତ ସହଯୋଗରେ ଜବତ କରାଯାଇଛି ।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବିଦ୍ୟାଧରପୁର ଗ୍ରାମ ଉପରେ ବିଶେଷ ସୂତ୍ରରୁ ଖବର ପାଇଁ କଟକ ଅବକାରୀ ବିଭାଗ ଓ ବାଲେଶ୍ୱର ପୁଲିସର ମିଳିତ ସହଯୋଗରେ ଚଢାଉ କରାଯାଇଥିଲା । ତେବେ ଚଢାଉ ବେଳେ ଏହି ନିଶା ବେପାରୀମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ । ପୁଲିସ ଗାଡିକୁ ମଧ୍ୟ ଭାଙ୍ଗି ଦେଇଥିଲେ । ତଥାପି ଏହି ଅପରାଧିକ ତତ୍ୱ ମାନଙ୍କୁ ପୁଲିସ କାବୁ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ୨ କିଲୋର ବ୍ରାଉନ ସୁଗାର ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ବହୁ ସମଗ୍ରୀ, ମୋବାଇଲ ଫୋନ, ଗାଡି ଜବତ କରାଯାଇଛି । ଗତ ୩ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୦ କିଲୋରୁ ଅଧିକ ଡ୍ରଗ୍ସ ଜବତ ହେଲାଣି ଓ ୭୨ ଜଣଙ୍କୁ ଗିରଫ କରାଯାଇଛି ।

Related posts

ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀର ମୃତ୍ୟୁ

mahabharatanews

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

mahabharatanews

ଜୁଆ ଖେଳ ବେଳେ ଚଢାଉ: ୬ ଗିରଫ, ୧୩ ହଜାରରୁ ଊଦ୍ଧ୍ୱର୍ ଟଙ୍କା ଜବତ

mahabharatanews