ଶ୍ରୀନଗର: ଗତକାଲି ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କୀଙ୍କ ଗୁଳିରେ ଆହତ ହୋଇଥିବା ପୁଲିସ୍ କର୍ମଚାରୀ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଗତ ୨ ଦିନ ମଧ୍ୟରେ ଜାମ୍ମୁରେ ମୋଟ ୪ ଜଣ ଯବାନ ଶହୀଦ ହୋଇଛନ୍ତି । ରବିବାର ଆତଙ୍କବାଦୀମାନେ ଅନନ୍ତନାଗର ହିଲ୍ଲେର ଠାରେ ଥିବା ପୁଲିସ କର୍ମୀଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପୁଲିସ କର୍ମଚାରୀ ମନଜୋର ଅହମ୍ମଦ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି। ଆକ୍ରମଣ ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି । ଅହମ୍ମଦଙ୍କ ଘର ଉପରକୁ ଗୁଳି କରିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି ।
previous post
