Uncategorized

୫୭ ବର୍ଷରେ ପାଦ ଦେଲେ ବଲିଉଡ ସୁପର ଷ୍ଟାର ଗୋବିନ୍ଦା

ଦିଲ୍ଲୀ :ବଲିଉଡର ସୁପର ଷ୍ଟାର ଗୋବିନ୍ଦା ଆଜି ୫୭ ବର୍ଷରେ ବାଦ ଦେଇଛନ୍ତି । ଗୋବିନ୍ଦା ଫିଲ୍ଲରୁ ଦୂରେଇ ଯାଇଛନ୍ତି ସତ ହେଲେ ବଲିଉଡରେ ତାଙ୍କ କ୍ରେଜ ଏବେ ବି ବଯାଏ ରହିଛି । ବଲିଉଡରେ ଗୋବିନ୍ଦା ନାମରେ ପରୀଚିତ କିନ୍ତୁ ତାଙ୍କ ପୁରା ନାମ ହେଇଛି ଗୋବିନ୍ଦ ଅରୁଣ ଆହୁଜା । ଗୋବିନ୍ଦା ଜଣେ ଭାରତୀୟ ଚଳଚିତ୍ର ଅଭିନେତା , ହାସ୍ୟ ଅଭିନେତା , ନୃତ୍ୟଶିଳ୍ପୀ ତଥା ପୂର୍ବତନ ରାଜନେତା,ହିନ୍ଦୀ ଭାଷା କାମ ପାଇଁ ବେଶ୍ ଜଣାଶୁଣା । ଆଉ ତାଙ୍କ ଅଭିନୀତ ଗୀତ ଗୁଡିକ ମଧ୍ୟ ବେଶ ମନଛୁଆଁ । ତାଙ୍କ ଅଭିନୀତ ଗୀତ ଗୁଡିକ ହେଲା ସୁନୋ ମିଆଁ, ଲାଲ ଦୁପଟା ବାଲି, କିସି ଡିସ୍କୋମେଁ ଯାଏଁ, ଓଏ ରାଜୁ, ଆଖିଓଁ ସେ ଗୋଲି ମାରେ ଏମିତି ଆହୁରି ଅନେକ । ଗୋବିନ୍ଦାଙ୍କ ନିଚ ଡ୍ୟାନ୍ସ ଷ୍ଟାଇଲ ଯୋଗୁଁ ସେ ବଲିଉଡରେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ତଥା ତାଙ୍କର ଚାପୁଡ଼ା ପ୍ରଦର୍ଶନ ଏବଂ ନୃତ୍ୟ ଦକ୍ଷତା ପାଇଁ ଗୋବିନ୍ଦା ଜଣେ ଜନ ଚିତ୍ତାକର୍ଷକ ଏବଂ ବଲିଉଡର ଜଣେ ସଫଳ ଅଭିନେତା ଭାବରେ ପରିଗଣିତ ।

୧୧ ମାର୍ଚ୍ଚ ୧୯୮୭ ମସିହାରେ ଗୋବିନ୍ଦା ସୁନିତା ଆହୁଜାଙ୍କୁ ବିବାହ କରିଥିଲେ । ଗୋବିନ୍ଦାଙ୍କ ଗୋଟିଏ ପୁଅ ୟଶବର୍ଦନ ଆହୁଜା ଓ ଝିଅ ଟିନା ଆହୁଜା । ୨୦୦୪ରେ ଗୋବିନ୍ଦା କଂଗ୍ରେସରେ ଦେଇଥିଲେ । ଏହାସହ ମୁମ୍ବାଇରୁ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ହେଲେ ୨୦୦୮ରେ ସେ ରାଜନୀତି ଛାଡି ପୁଣି ଫିଲ୍ମ ଦୁନିଆରେ ପ୍ରବେଶ କରିଛନ୍ତି ।

Related posts

ପାକ୍ ଆତଙ୍କବାଦରେ ତାଲିବାନର ସମ୍ପୃକ୍ତି ନାହିଁ: ସୁହେଲ ଶାହୀନ

mahabharatanews

ଦିନକରେ ୧୮ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଦୃଷ୍ଟିଶକ୍ତି କୁମଛି କି? ଖାଆନ୍ତୁ ସଜନା ଶାଗ

mahabharatanews

Leave a Comment