Uncategorized

୯୭ ବର୍ଷୀୟା ବୃଦ୍ଧା ପଞ୍ଚାୟତ ନିର୍ବାଚନରେ ବିଜୟୀ

ଶିକାର: ୯୭ ବର୍ଷୀୟା ବୃଦ୍ଧା ବିଦ୍ୟା ଦେବୀ ରାଜସ୍ଥାନର ଶିକାର ଜିଲ୍ଲାର ପୁରାନାୱାସ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ବିଦ୍ୟା ଦେବୀ ସରପଞ୍ଚତ ନିର୍ବାଚିତ ହେବା ପରେ ଖୁସୀରେ ଗ୍ରାମବାସୀଙ୍କ ମଧ୍ୟରେ ମିଠା ବାଣ୍ଟିଥିଲେ ।
ବିଦ୍ୟା ମାତ୍ର ୨୦୭ ଭୋଟରେ ବିଜୟ ହାସଲ କରିଛନ୍ତି । ଲୋକଙ୍କ ତାଙ୍କ ଦକ୍ଷତା ଉପରେ ବିଶ୍ୱାସକୁ ନେଇ ସେ ପଞ୍ଚାୟତବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ମୋତେ ବିଜୟୀ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଦିଗରେ ମୁଁ କାମ କରିବି । ଆମ ଅଞ୍ଚଳର ପରିମଳ ଓ ଜଳ ଯୋଗାଣ ଦିଗରେ ଅଧିକ ଧ୍ୟାନ ଦେବି ବୋଲି ସେ ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଶୁକ୍ରବାର ଦିନ ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ପରେ ପରେ ଭୋଟ ଗଣତି ହୋଇଥିଲା ଓ ସେହି ରାତିରେ ହିଁ ଫଳାଫଳ ପ୍ରକାଶ ପାଇଥିଲା ।

Related posts

ଦେଶରେ ୨୪ ଘଣ୍ଟାରେ ୪୨୧୩ ସଂକ୍ରମିତ, ୯୭ ମୃତ

mahabharatanews

ଜୀବନ୍ତ ପୋତି ଦେଇଥିଲେ ଦୁର୍ବୃତ୍ତ, ଜୀବନ ବଞ୍ଚାଇଦେଲା କୁକୁର

mahabharatanews

ବିଶ୍ୱର ବଡ଼ ମସଜିଦ “ସେଖ ଯାୟଦ ଗ୍ରାଣ୍ଡ”

mahabharatanews