ଓଡିଶା

ବୃଦ୍ଧି ପାଉଛି ହାତୀ ଉପଦ୍ରଵ : ମହିଳା ମୃତ

(ଅନୁଗୁଳ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ହାତୀ ଆକ୍ରମଣରେ ମହିଳା ମୃତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ । ମହିଳାଜଣକର ନା ବିଜୁଳି ସାହୁ ।

ସୂଚନାନୁଯାୟୀ , ବିଜୁଳି ଆଜି ସକାଳ ପ୍ରାୟ ୫ଟା ବେଳକୁ ଗାଁ ନିକଟରେ ଥିବା ଆମ୍ବ ବାଡିକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ତେବେ ପୂର୍ବରୁ ସେଠାରେ ଥିବା ଏକ ଦନ୍ତା ହାତୀ ବିଜୁଳିଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜିର ଘଟଣାକୁ ମିଶାଇ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ୧୦ଜଣଙ୍କ ଜୀବନ ଯାଇଛି। ତେବେ ଏଥି ନିମନ୍ତେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ  କରିଛନ୍ତି ।

 

Related posts

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା.

mahabharatanews

ନୀତି ଆୟୋଗ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

mahabharatanews

ସୁର୍ଯ୍ୟେନ୍ଦୁ ପାଠାଗାର ତରଫରୁ ଗୋଷ୍ଟାଷ୍ଟମୀ ପାଳନ କରାଯାଉଛି

mahabharatanews