Uncategorized

କାରଖାନାରେ ଆମୋନିଆ ଗ୍ୟାସ ଲିକ, ୧ ମୃତ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୂଲ ଜିଲ୍ଲା ନନ୍ଦିୟାଲ୍ ସହରରେ ଥିବା ଗୋଟାଏ କୃଷି-କାରଖାନାରେ ଆଜି ଆମୋନିଆ ଗ୍ୟାସ ଲିକ୍‌ ହେବାରୁ କାରଖାନା ମ୍ୟାନେଜରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଅସୁସ୍ଥ ହୋଇଛନ୍ତି । କର୍ଣ୍ଣୁଲ ଜିଲ୍ଲାପାଳ ଜି ବୀରପାଣ୍ଡିଆନ ଏହି ସୂଚନା ଦେଇଛନ୍ତି ।
ଆଜି ସକାଳେ ନନ୍ଦୀୟାଲ୍ ସହର ଉପକଣ୍ଠରେ ଥିବା ନନ୍ଦୀ ଗ୍ରୁପ୍‌ ଅଫ୍ ଇଣ୍ଡଷ୍ଟ୍ରିଜ୍‌ର ଆନୁସଙ୍ଗିକ ଶିଳ୍ପ ସ୍ପାଇ ଏଗ୍ରୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ କାରଖାନାରୁ ଆମୋନିଆ ଗ୍ୟାସ୍ ଲିକ୍ କରିଥିଲା । ସେହି ସମୟରେ କାରଖାନାରେ ପ୍ରାୟ ୫ ଜଣ କର୍ମଚାରୀ ଥିଲେ । ସେମାନଙ୍କ ମଧ୍ୟରେ କାରଖାନାର ମ୍ୟାନେଜର ଶ୍ରୀନିବାସ ର।।ଓ ମଧ୍ୟ ଥିଲେ । ଏହି ଦୁର୍ଘଟଣାରେ ମ୍ୟାନେଜରଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କ ସ୍ଥିତି ଗୁରୁତର ହୋଇପଡିଥିଲା । ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା ।

Related posts

ବୃହତ୍ତର ଖଣ୍ଡପୀଠରେ ହେବନି ଧାରା ୩୭୦ ଉଚ୍ଚେଦ ମାମଲାର ଶୁଣାଣି: ସୁପ୍ରିମକୋର୍ଟ

mahabharatanews

ସୋସିଅ।ଲ୍ ମିଡ଼ିଅ।ରେ ଛାତ୍ରୀଛାତ୍ରଙ୍କୁ ଦିଅ।ଯିବ ହୋମ୍ ୱାର୍କ

mahabharatanews

 କରୋନା ଲକ୍ଷଣ ପରେ ଆଇସୋଲେସନରେ ଅରବିନ୍ଦ  କେଜରିୱାଲ

mahabharatanews