Uncategorized

 କରୋନା ଲକ୍ଷଣ ପରେ ଆଇସୋଲେସନରେ ଅରବିନ୍ଦ  କେଜରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ । ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେଇଛି । ତାଙ୍କୁ ଜ୍ୱର ହେବା ସହ ଗଳାରେ ଯନ୍ତ୍ରଣା ହେଉଛି । ରବିବାର ଦିନ କେଜରିୱାଲଙ୍କୁ ହାଲୁକା ଜ୍ୱର ହୋଇଥିଲା । ସେଥିପାଇଁ ସେ ରବିବାର ଅପରାହ୍ନରେ ହେବାକୁଥିବା ବୈଠକ ରଦ୍ଦ କରିଥିଲେ । ସେ ଆଇସୋଲେସନରେ ଅଛନ୍ତି ।
ଦିଲ୍ଲୀରେ କରୋନା ବ୍ୟାପୀବା ପରଠାରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରତିଦିନ ଅପରାହ୍ନରେ ଦିଲ୍ଲୀରେ କରୋନା ସ୍ଥିତିକୁ ନେଇ ଗଣମାଧ୍ୟମ ବାର୍ତ୍ତା ଦେଇଥାନ୍ତି । କିନ୍ତୁ ଜ୍ୱର ଓ ଗଳାରେ ଯନ୍ତ୍ରଣା ଯୋଗୁଁ ସେ ରବିବାର ଦିନ ଏହି କାର୍ଯ୍ୟକ୍ରମକୁ ବାତାିଲ କରିଦେଇଥିଲେ । ଦିଲ୍ଲୀରେ ବୃଦ୍ଧି ପାଉଥିବା କରୋନା ଭାଇରସ ମାମଲା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଦିଲ୍ଲୀ ସରକାର ଓ ସ୍ୱାସ୍ଥ୍ୟ ବିଭାଗରେ ହଇଚଇ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସତର୍କତା ଅବଲମ୍ବନ କରାଯାଇଛି । ଦେଶରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆଇସୋଲେଟ କରିବା ଏହା ଦ୍ୱିତୀୟ ମାମଲା । ଏହା ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାବତଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ କରୋନା ପଜିଟିଭ ବାହାରିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୩ ମନ୍ତ୍ରୀଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଥିଲା ।

Related posts

ଜିଲ୍ଲା ପ୍ରଶାସନକୁ ସୁପ୍ରିମ କୋର୍ଟଙ୍କ ଜବାବ ତଲବ

mahabharatanews

ଯାନ୍ତ୍ରିକ ତ୍ରୁଟି ପାଇଁ ୫ ଘଣ୍ଟା ଅଟକିଲା ତପସ୍ୱିନୀ ଏକ୍ସପ୍ରେସ

mahabharatanews

ଘର ପାଇଁ ବାସ୍ତୁ କାହିଁକି ଜରୁରୀ

mahabharatanews

Leave a Comment