(ମହାଭାରତ/ନୂଆଦିଲ୍ଲୀ): ଦେଶରେ ବାୟୁ ପ୍ରଦୁଷଣ ଏବେ ଭୟଙ୍କର ରୂପ ନେଇଛି । ଏହା ଦ୍ୱାରା ମଣିଷର ଜୀବନ କାଳ ହ୍ରାସ ହେବାରେ ଲାଗିଛି । ପ୍ରତି ୧୦ ଜଣ ଭାରତୀୟଙ୍କ ମଧ୍ୟରେ ଅନ୍ୟୂନ ୭ଜଣ ବାୟୁ ପ୍ରଦୂଷଣରେ ଅ ।କ୍ରାନ୍ତ ହେଉଛନ୍ତି ବୋଲି ସରକାରୀ ରିପୋର୍ଟରୁ ଜଣାପଡ଼ିଛି । ସୂଚନାନୁଯାୟୀ, ବର୍ଷ ୨୦୧୭ରେ ବାୟୁ ପ୍ରଦୂଷଣଜନିତ ରୋଗରେ ଦେଶରେ ୧୨.୪ ଲକ୍ଷ ଜନସାଧାରଣଙ୍କ ମୃତ୍ୟୁ ଘଟିଥିଲା । ଏହିବର୍ଷ ଦେଶର ମୋଟ ମୃତ୍ୟୁର ୧୨.୫ ପ୍ରତିଶତ କେବଳ ବାୟୁ ପ୍ରଦୂଷଣ ଜନିତ ରୋଗରେ ହୋଇଥିବା ଜଣାପଡ଼ିଛି ।
ଏହି ବର୍ଷ ବାୟୁ ମଣ୍ଡଳ ଦୂଷିତ ଯୋଗୁଁ ୬.୭ ଓ ଘରୋଇ ପ୍ରଦୂଷଣରେ ୪.୮ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଭାରତୀୟ ଅ ।ୟୁର୍ବିଜ୍ଞାନ ଗବେଷଣା ପରିଷଦର ମିଳିତ ଅନୁଧ୍ୟାନ ରିପୋର୍ଟରେ ପ୍ରକାଶ ପାଇଛି । ମୃତକଙ୍କ ମଧ୍ୟରେ ୫୧.୪ ପ୍ରତିଶତଙ୍କ ବୟସ ୭୦ରୁ କମ୍ ହେବ । ଏହି ବର୍ଷ ପାର୍ଟିକୁଲେଟ ମେଟର ପଲ୍ୟୁସନ (ପିଏମ-୨.୫) ୮୯.୯ ମାଇକ୍ରୋଗ୍ରାମ ପ୍ରତି ଘନମିଟର ଥିଲା । ଭାରତର ଜନସଂଖ୍ୟା ଅନୁଯାୟୀ ପିଏମ-୨.୫ର ସ୍ତର ୪୦ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର ରହିବା କଥା । ଅତ୍ୟଧିକ ବାୟୁ ପ୍ରଦୂଷଣରେ ଜଣେ ବ୍ୟକ୍ତି ରୋଗରେ ପଡ଼ିଥାଏ । ତାଙ୍କ ଶରୀର ସଂକ୍ରମିତ ହେବା ଦ୍ୱାରା ସମ୍ପୃକ୍ତ ବ୍ୟକ୍ତିର ଅ ।ୟୁ ହ୍ରାସ ପାଇଥାଏ । ବିଶ୍ୱରେ ବାୟୁ ପ୍ରଦୂଷଣ ଯୋଗୁଁ ୧୮.୧ ପ୍ରତିଶତ ଜନସାଧାରଣଙ୍କ ଅ ।ୟୁ ହ୍ରାସ ପାଇଥିବାବେଳେ କେବଳ ଭାରତରେ ଏହା ୨୬.୨ ପ୍ରତିଶତ ରହିଛି । ବିଶେଷକରି ଉତ୍ତର ପ୍ରଦେଶ, ହରିୟାଣା, ଦିଲ୍ଲୀ, ପଞ୍ଜାବ ଓ ରାଜସ୍ଥାନବାସୀଙ୍କ ଅ ।ୟୁ ବାୟୁ ପ୍ରଦୂଷଣ ଯୋଗୁଁ ହ୍ରାସ ପାଉଥିବା ଏହି ରିପୋର୍ଟରେ କୁହାଯାଇଛି ।
previous post
next post