ଓଡିଶା

୧୦ ବାଇକ୍ ଜବତକଲା ବଡଚଣ। ପୁଲିସ

କୀର୍ତ୍ତିରାଜ ସ୍ୱାଇଁ, ବଡ଼ଚଣା: ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସାରା ସକାଳ ୬ରୁ ୧୦ ଟା ପର୍ୟ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଏହି ସମୟରେ କୌଣସି ବ୍ୟକ୍ତି ଗାଡ଼ି ମୋଟର ନ ଆଣି ସାଇକେଲ କିମ୍ବା ଚାଲି ଚାଲି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ କିଛି ଅମାନିଆ ସରକାରୀ ନିର୍ଦ୍ଦେଶ ମାନିବାକୁ ନାରାଜ । ମୋଟର ସାଇକେଲରେ ଅତ୍ୟାବଶ୍ୟକ କିଣିବା ବାହାନା କରି ବାହରିବାରୁ ବଡ଼ଚଣା ଥାନା ଅଧିକାରୀ ଦିପକ କୁମାର ଜେନାଙ୍କ ନେତୃତ୍ୱରେ ଗତକାଲି ୧୦ ଟି ବାଇକ୍ ଜବତ କରାଯାଇଛି । ଏହି ବାଇକ୍ଗୁଡ଼ିକୁ ୧୪ ତାରିଖ ପରେ ଛଡାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି।

Related posts

ମାର୍କେଟ ବିଲ୍ଡିଂ ବନ୍ଦ:  ସମାଧାନ ନହେଲେ ଭୁବନେଶ୍ୱର ବନ୍ଦ ପାଇଁ ଚେତାବନୀ

mahabharatanews

ରାଜ୍ୟରେ ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

mahabharatanews

ଜିଲ୍ଲାସ୍ତରରେ ରାଜସ୍ବ ସମୀକ୍ଷା ବୈଠକ

mahabharatanews