ଭାରତ

ପଶ୍ଚିମବଙ୍ଗର କୂଚ୍‌ବିହାର୍‌ରେ ବିଜୁଳି ଆଘାତ ଲାଗି ୧୦ କାଉଡ଼ିଆ ମୃତ; ୧୯ ଆହତ

କୂଚ୍‌ବିହାର୍‌: ପଶ୍ଚିମବଙ୍ଗ କୁଚବିହାରରେ ବଡ଼ ଅଘଟଣ । ରବିବାର ବିଳମ୍ବିତ ରାତ୍ରରେ ପଶ୍ଚିମବଙ୍ଗର କୂଚ୍‌ବିହାର୍‌ ବାଟେ ଯାଉଥିବା ଗୋଟାଏ ପିକ୍‌ଅପ୍‌ ଭ୍ୟାନ୍‌ ବିଦ୍ୟୁତ୍‌ ପ୍ରବାହିତ ହେବାରୁ ପ୍ରାୟ ୧୦ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ସୂଚନା ଅନୁସାରେ , ପିକ୍ଅପ୍ ଭ୍ୟାନରେ କାଉଡିଆମାନେ ଜଳପେଶ ଶିବ ମନ୍ଦିରକୁ ଜଳ ଲାଗି ପାଇଁ ଯାଉଥିଲେ । ସେହି ପିକ୍ଅପ୍ ଭ୍ୟାନରେ ଜେନେରେଟର ଲାଗିଥିଲା । ଏଥିରେ ସର୍ଟସର୍କିଟ୍ ହେବାରୁ ରାତି ପାଖାପାଖି ୧୨ଟା ବେଳେ ଏପରି ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ପିକ୍ଅପ୍ ଡ୍ରାଇଭର ଫେରାର ହୋଇଯାଇଛି ।

Related posts

ଶୀତଳ ଲାଭାର ବନ୍ୟା; ୪୧ ମୃତ

mahabharatanews

କୋର୍ଟରେ ହାଜର ହେବାକୁ ବାବା ରାମଦେବଙ୍କୁ ନିର୍ଦ୍ଦେଶ

mahabharatanews

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଫେରି ସେବା ଆରମ୍ଭ 

mahabharatanews