Uncategorized

ନେପାଳରେ ବସ ଦୁର୍ଘଟଣା, ୧୪ ତୀର୍ଥଯାତ୍ରୀ ମୃତ

(କାଠମାଣ୍ଡୁ): ନେପାଳର ସିନ୍ଧୁପଲଚୋକ ଜିଲ୍ଲାରେ ରବିବାର ଭୋର ସମୟରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଥିବା ମଧ୍ୟ ଜଣାଯାଇଛି । ବସରେ ମୋଟ ୪୦ ଜଣ ଯାତ୍ରା କରୁଥିବା ପୋଲିସ ଦେଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି ।
ଡୋଲଖା ମ୍ୟୁନିସିପାଲିଟିର କାଲିନଚୌକରୁ ଭକ୍ତପୁର ଯାଉଥିବା ଏହି ବସ ପାହାଡିଆ ରାସ୍ତା ଦେଇ ଯାଉଥିଲା । ଭଗବତୀ ମନ୍ଦିର ଦର୍ଶନ ସାରି ତୀର୍ଥଯାତ୍ରୀମାନେ ଫେରିବା ସମୟରେ ବସଟି ଭାରସାମ୍ୟ ହରାଇବାରୁ ରାସ୍ତାର ୫୦୦ ମିଟର ତଳକୁ ଖସି ପଡିଥିଲା । ତେବେ ବସଟି ଖସି ପଡିଥିବା ଅଞ୍ଚଳ ଦୁର୍ଗମ ହୋଇଥିବାରୁ ସେଠାରେ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ପୋଲିସ ସୂଚନା ଦେଇଛି । ଶୀତଦିନିଆ ବର୍ଷା ପାଇଁ ରାସ୍ତା ଖସଡା ହୋଇଥିଲା ଏବଂ ସକାଳ କୁହୁଡି ଯୋଗୁଁ ଦୃଶ୍ୟତା କମ୍ ଥିବାରୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ପୋଲିସ ଅନୁମାନ କରୁଛି ।
ଉଲ୍ଲେଖଯୋଗ୍ୟ, ଗତ ମାସରେ ନେପାଳର ଅର୍ଘଖାଞ୍ଚି ଜିଲ୍ଲାର ସନ୍ଧିଖାର୍କରେ ଭାରସାମ୍ୟ ହରାଇ ଏକ ଯ।।ତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୧୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

Related posts

ଧୂମପାନ ବୟସ ୨୧କୁ ବୃଦ୍ଧିକରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୋଜନା

mahabharatanews

ଇଥିଓପିଆ: ଅଜଣା ରୋଗରେ ୧୫ ମୃତ୍ୟୁ

mahabharatanews

ଅଜୟ କୁମାର ଉଗାଣ୍ଡା ହାଇକମିଶନର ନିଯୁକ୍ତ

mahabharatanews