Uncategorized

ବାରାକପୁର ସାଂସଦଙ୍କୁ ଆକ୍ରମଣ ଅଭିଯୋଗ

(କୋଲକାତା): ପଶ୍ଚିମବଙ୍ଗରେ ବିଜେପିର ଜଣେ ସାଂସଦଙ୍କ କାର ଉପରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗ ବାରାକପୁର ସାଂସଦ ଅର୍ଜୁନ ସିଂହ ଗତ ଶନିବାର ରାତିରେ ଘରକୁ ଫେରୁଥିବା ବେଳେ ତାଙ୍କ କାର ଉପରକୁ କିଛି ଦୃର୍ବୃତ୍ତ ଇଟାରେ ଆକ୍ରମଣ କରିଥିଲେ । ଏଥିରେ ସାଂସଦଙ୍କର କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି ।
ଗାଡି ଉପରକୁ ଆକ୍ରମଣ ହୋଇଥିବାରୁ ସାଂସଦ ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । କନକିନାରା ଅଞ୍ଚଳରୁ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ କାରକୁ ଲକ୍ଷ୍ୟ କରି ଇଟାରେ ଆକ୍ରମଣ କରିଥିଲେ । ସେହିପରି ଅସାମାଜିକ ବ୍ୟକ୍ତିମାନେ ତାଙ୍କ କାର ଉପରକୁ ବୋମା ମାଡ କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ସେଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ବୋଲି ସାଂସଦ ଅର୍ଜୁନ ସିଂହ କହିଛନ୍ତି ।
ସୂଚନାଯୋଗ୍ୟ, ବାରାକପୁର ସାଂସଦ ପୂର୍ବରୁ ମଧ୍ୟ ଏଭଳି ଆକ୍ରମଣର ଶିିକାର ହୋଇଥିଲେ । ଗତ ମେ ୬ ତାରିଖରେ ପଶ୍ଚିମବଙ୍ଗର ମୋହନପୁର ଠାରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ତୃଣମୂଳ କଂଗ୍ରେସ ନେତାଙ୍କ ହାତ ଥିବା ସେ ଅଭିଯୋଗ କରିଥିଲେ ।

Related posts

ଜାଣନ୍ତୁ କେଉଁ ଦିଗରେ ଦୀପ ଜାଳିଲେ କ’ଣ ସବୁ ଲାଭ ହୋଇଥାଏ

mahabharatanews

ବିନା ପୋଷାକରେ ବରଫ ଭିତରେ ଯୋଗକରୁଛନ୍ତି ବିଦ୍ୟୁତ୍‌ ଜାମଓ୍ଵାଲ, ଲୋକେ ପଚାରୁଛନ୍ତି ‘କେମିତି ସହିଲେ ଏତେ ଥଣ୍ଡା’

mahabharatanews

କୋର୍ଟରୁମରେ ବେହୋସ ହେଲେ ଜଷ୍ଟିସ ଭାନୁମତି

mahabharatanews