Uncategorized

ବାରାକପୁର ସାଂସଦଙ୍କୁ ଆକ୍ରମଣ ଅଭିଯୋଗ

(କୋଲକାତା): ପଶ୍ଚିମବଙ୍ଗରେ ବିଜେପିର ଜଣେ ସାଂସଦଙ୍କ କାର ଉପରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗ ବାରାକପୁର ସାଂସଦ ଅର୍ଜୁନ ସିଂହ ଗତ ଶନିବାର ରାତିରେ ଘରକୁ ଫେରୁଥିବା ବେଳେ ତାଙ୍କ କାର ଉପରକୁ କିଛି ଦୃର୍ବୃତ୍ତ ଇଟାରେ ଆକ୍ରମଣ କରିଥିଲେ । ଏଥିରେ ସାଂସଦଙ୍କର କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି ।
ଗାଡି ଉପରକୁ ଆକ୍ରମଣ ହୋଇଥିବାରୁ ସାଂସଦ ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । କନକିନାରା ଅଞ୍ଚଳରୁ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ କାରକୁ ଲକ୍ଷ୍ୟ କରି ଇଟାରେ ଆକ୍ରମଣ କରିଥିଲେ । ସେହିପରି ଅସାମାଜିକ ବ୍ୟକ୍ତିମାନେ ତାଙ୍କ କାର ଉପରକୁ ବୋମା ମାଡ କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ସେଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ବୋଲି ସାଂସଦ ଅର୍ଜୁନ ସିଂହ କହିଛନ୍ତି ।
ସୂଚନାଯୋଗ୍ୟ, ବାରାକପୁର ସାଂସଦ ପୂର୍ବରୁ ମଧ୍ୟ ଏଭଳି ଆକ୍ରମଣର ଶିିକାର ହୋଇଥିଲେ । ଗତ ମେ ୬ ତାରିଖରେ ପଶ୍ଚିମବଙ୍ଗର ମୋହନପୁର ଠାରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ତୃଣମୂଳ କଂଗ୍ରେସ ନେତାଙ୍କ ହାତ ଥିବା ସେ ଅଭିଯୋଗ କରିଥିଲେ ।

Related posts

ଦେଶରେ କୋରୋନା ପରୀକ୍ଷା ପାଇଁ ୧୫ ଲାବ ସ୍ଥାପିତ

mahabharatanews

ଆତଙ୍କବାଦୀ ଆକ୍ରମଣ ବନ୍ଦ ହେଲେ ବନ୍ଦୀଙ୍କୁ ଛଡାଯିବ: ଆଫଗ।ନ

mahabharatanews

କମଲ ହାସନ ଚେନ୍ନାଇ ପୋଲିସ ଠାରେ ହାଜର

mahabharatanews

Leave a Comment