ଓଡିଶା

ଟ୍ରକରୁ ଗଞ୍ଜେଇ ଜବତ, ୨ ଗିରଫ

(ମହାଭାରତ, ଜୟପୁର): କୋରାପୁଟ ଜିଲ୍ଲା ପାଡୁଆରୁ ବିହାର ଯାଉଥିବା ଏକ ଟ୍ରକରୁ ୮ କୁଇଣ୍ଟାଲରୁ ଉଦ୍ଧ୍ୱର୍ ଗଞ୍ଜେଇ ପୋଲିସ ଜବତ କରିଛି । ଏହି ଘଟଣାରେ ସେମିଳିଗୁଡା ଥାନା ପୋଲିସ ୨ ବିହାରୀ ଯୁବକଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ପାଡୁଆରୁ ଏକ ୧୬ ଚକିଆ ଟ୍ରକ୍ ବିହାର ଅଭିମୁଖେ ଯାଉଥିଲା । ପାଟ୍ରୋଲିଂ ସମୟରେ ସେମିଳିଗୁଡା ପୋଲିସ ଟ୍ରକଟିକୁ ଜବତ କରିଥିଲା । ତେବେ କେତେଦିନ ଧରି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ସେ ସମ୍ପର୍କରେ ପୋଲିସ ଛାନଭିନ ଆରମ୍ଭ କରିଛି । ଏହାସହ ଅଭିଯୁକ୍ତମାନଙ୍କୁ ଉକ୍ତ ମାମଲାରେ ପଚରାଉଚରା ଚଳାଇଛି । ସୂଚନାଯୋଗ୍ୟ, କିଛି ଦିନ ତଳେ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ରୋକିବା ପାଇଁ କୋରାପୁଟ ପୋଲିସ ଏକ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଥିଲା । ପାଟ୍ରୋଲିଂ ଜରିଆରେ ବିଭିନ୍ନ ସ୍ଥାନରେ ଚଢାଉ କରି ଗଞ୍ଜେଇ ମାଫିଆଙ୍କୁ ଗିରଫ ମଧ୍ୟ କରୁଥିଲା । ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଞ୍ଜେଇ ଚାଲାଣ କମିଥିବା ଦେଖିବାକୁ ମିଳିଥିଲା ।

Related posts

ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ଆସିଲା ଯୌନ ନିର୍ଯାତନା ଅଭିଯୋଗ

mahabharatanews

କୋଭିଡ଼୍ କେଆର୍ କେନ୍ଦ୍ର ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଓଡିଶା ପଜିଟିଭ୍ ପକ୍ଷରୁ ନିବେଦନ

mahabharatanews

ବାଲେଶ୍ୱରରେ ୫ଟି ସଚିବଙ୍କ କୋରୋନା ସମୀକ୍ଷା

mahabharatanews